Latest Odisha News

ଚାମ୍ପିୟନ୍ସ ଟ୍ରଫି: ୪୭୧ ଦିନ ପରେ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ-ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ୧୯ ନଭେମ୍ବର ୨୦୨୩ ଦିନକୁ ଭାରତୀୟ ପ୍ରଶଂସକମାନେ ଏବେ ବି ମନରୁ କାଢ଼ି ପାରି ନାହାନ୍ତି । ଏହି ଦିନ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆକୁ ୬ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା । କୋଟି କୋଟି ପ୍ରଶଂସକଙ୍କ ମନ ଭାଙ୍ଗି ଯାଇଥିଲା । ଏବେ ୪୭୧ ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧୂର ପ୍ରତିଶୋଧ ନେବାର ସୁଯୋଗ ଉପନୀତ ହୋଇଛି । ମାର୍ଚ୍ଚ ୪ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଭାରତ ବିଜୟ ହାସଲ କଲେ ପ୍ରଶଂସକଙ୍କ ମନ ଥଣ୍ଡା ହେବ ।

ଦୁବାଇ କ୍ରିକେଟ ଷ୍ଟାଡିୟମରେ ଭାରତର ଏହି ବିଜୟକୁ ସମସ୍ତେ ବ୍ୟଗ୍ର ସହକାରେ ଅପେକ୍ଷା କରିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ରୋହିତ ଶର୍ମାଙ୍କ ଟିମ ପରାସ୍ତ କରିଛନ୍ତି । ଏବେ ଆଉ ୨ଟି ବାଧା ଅତିକ୍ରମ କଲେ ଭାରତ ହେବ ଚାମ୍ପିୟନ । ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତି ସେମିରେ ପ୍ରବେଶ କରିଛି । ଭାରତୀୟ ଟିମର ସ୍ପିନ ରଣନୀତି କିପରି ଅଷ୍ଟ୍ରେଲିଆ ମୁକାବିଲା କରୁଛି ସେଥିପ୍ରତି ନଜର ରହିଛି ।

Comments are closed.