Latest Odisha News

BREAKING NEWS

ପାକିସ୍ତାନର ମହମ୍ମଦ ରିଜୱାନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଟିମ୍ ଇଣ୍ଡିଆର ନୂଆ ପ୍ରତିଭାବାନ ତଥା ଟି ​​-୨୦ରେ ବିଶ୍ୱର ଦୁଇ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ କ୍ରମାଗତ ଭାବରେ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇ ଆସୁଛନ୍ତି। ଅଷ୍ଟ୍ରେଲିଆ ପରେ ଏବେ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି। ବୁଧବାର ସେ ପୁଣିଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରତିଭା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି।

୧୦୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲା। ହେଲେ ଇନିଂସ ଆରମ୍ଭରୁ ଟିମ୍ ଇଣ୍ଡିଆ ଝୁଣ୍ଟିବା ଆରମ୍ଭ କରିଥିଲା । ତେଣୁ ୧୭ ରନରେ ଦୁଇଟି ୱିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଲଢୁଆ ବ୍ୟାଟସମ୍ୟାନ ମଧ୍ୟ ସେମିତି କିଛି ପ୍ରଦର୍ଶନ କରିନପାରି ପାଭିଲିୟନକୁ ଫେରି ଯାଇଥିଲେ।

ଏଭଳି ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ଟିମ୍ ଇଣ୍ଡିଆକୁ ଜିତାଇଛି । ସେ ଲଗାତର ଭାବେ ଦୁଇଟି ଛକା ସହ ନିଜର ସ୍କୋର କରିବା ଆରମ୍ଭ କରିଥିଲେ। ଯେଉଁଥିରୁ ଦର୍ଶକ ଏବଂ କ୍ରୀଡାପ୍ରେମୀ ଆକଳନ କରି ଦେଇଥିଲେ ସୂର୍ଯ୍ୟକୁମାର ଆଜି ବି ଧୂଆଁଧାର ଇନିଂସ ଖେଳିବାକୁ ଯାଉଛନ୍ତି।

ଆଉ ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଏପରି କରି ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ୬୯ ରନ କରିଥିଲେ।

୨୦୨୧ରେ ପାକିସ୍ତାନର ଓପନର୍ ମହମ୍ମଦ ରିଜୱାନଙ୍କ କରିଥିବା ରେକର୍ଡକୁ ସୂର୍ଯ୍ୟକୁମାର ଯାଦବ ଏବେ ଭାଙ୍ଗିଛନ୍ତି। ୨୦୨୨ରେ ଖେଳାଯାଇଥିବା ୨୧ ଟି ମ୍ୟାଚର ୨୧ ଟି ଇନିଂସରେ ସୂର୍ଯ୍ୟକୁମାର ୪୫ ଛକା ମାରିଛନ୍ତି। ମହମ୍ମଦ ରିଜୱାନ୍ ୨୦୨୧ ମସିହାରେ ମହମ୍ମଦ ରିଜୱାନ୍ ୪୨ ଛକା ମାରି ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସୁର୍ଯ୍ୟକୁମାରଙ୍କ ନାମରେ ଏହି ରେକର୍ଡ ହୋଇଛି।

Leave A Reply

Your email address will not be published.