Latest Odisha News

BREAKING NEWS

“ଭାରତରେ ରକ୍ତର ନଦୀ ବୁହାଇବୁ”-ପାକିସ୍ତାନ ମାଟିରେ ଏମିତି ଖୋଲାଖୋଲି ଧମକ ଦେଲା ମୋଷ୍ଟ ୱାଣ୍ଟେଡ ଆତଙ୍କୀ

ରାଓଲପିଣ୍ଡି:ପାକିସ୍ତାନରେ ସେଲିବ୍ରିଟିଜଙ୍କୁ ଭାରତୀୟ ଗୀତିକାର ଜାବେଦ ଅଖତାରଙ୍କ ଏକ ଟିପ୍ପଣୀ କଟାଘାରେ ଚୁନ ଦେବା ପରି ଲାଗିଛି । ହେଲେ ସେଲିିବ୍ରିଟିମାନେ ଏହି ସମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସଇଦର ଭାଇରାଲ ଭିଡିଓ ଉପରେ ଚୁପ ରହିଛନ୍ତି । ଭାରତରେ ହୋଇଥିବା ଅନେକ ଆତଙ୍କୀ କାର୍ଯ୍ୟକଳାପରେ ମାଷ୍ଟର ମାଇଣ୍ଡ ହାଫିଜ ସଇଦ ପୁଣି ଭାରତ ବିରୋଧରେ ବିଷ ଉଗାଳିଛି । ଘୋଟକୀରେ କିଛି ହିନ୍ଦୁ ଧର୍ମ ପରିବର୍ତ୍ତନ କରିବା ଖବର ଆସିବା ପରେ ଏବେ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କୀର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ହାଫିଜ ସଇଦ ଖୋଲାଖୋଲି ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର ଜନତାଙ୍କୁ ଧମକ ଦେଇଛି । ହାଫିଜ କହିଛି, ଭାରତ ଯଦି ପାକିସ୍ତାନକୁ ଆସୁଥିବା ପାଣି ରୋକେ ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଃଶ୍ୱାସ ବନ୍ଦ କରିଦେବି ।

ଭିଡିଓରେ ଦେଖିବାକୁ ମିଳିଛି ହାଫିଜ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ କହିଛି, “ଢାକା ବିଶ୍ୱ ବିଦ୍ୟାଳୟରେ ଛିଡା ହୋଇ କହୁଛ ଯେ, ପାକିସ୍ତାନକୁ ଆମେ ଭାଙ୍ଗିଛୁ, ବାଂଲାଦେଶ ଆମେ ତିଆରି କରିଛୁ । ତୁମର ଜିଭ ଆମେ ଟାଣି ଆଣିବୁ । ତୁମେ ଇସଲାମବାଦ ଉପରେ ଚାପ ପକାଉଛ ଯେ, ହାଫିଜ କାହିଁକି କହୁଛି ? କିନ୍ତୁ ତୁମେ ଯଦି କହିବ ଆମେ ବି କହିବୁ ।’
ହାଫିଜ ଆହୁରି କହିଛି ଯେ, ତୁମେ କହୁଛ,ପାକିସ୍ତାନକୁ ପାଣି ରୋକିବ ? କାଶ୍ମୀର ଭିତରେ ଡ୍ୟାମ ତିଆରି କରି ପାକିସ୍ତାନକୁ ପାଣି ବନ୍ଦ କରିବ ? ଶୁଣ,ଯଦି ତୁମେ ପାଣି ବନ୍ଦ କରିବ ତେବେ ତୁମର ନିଃଶ୍ୱାସ ଆମେ ବନ୍ଦ କରିଦେବୁ । ଏହି ନଦୀରେ ପୁଣି ରକ୍ତ ବହିବ । ଅବଶ୍ୟ ଏହ ଭିଡିଓ କେବେର ଏବଂ କେଉଁଠି ରେକର୍ଡିଙ୍ଗ କରାଯାଇଛି ତାହା ଜଣାପଡି ନାହିଁ ।

ଏପ୍ରିଲ୯ ୨୦୨୨ରେ ପାକିସ୍ତାନର ଏକ କୋର୍ଟ ହାଫିଜ ସଇଦକୁ ଭାରତରେ ୨୦୦୮ ରେ ହୋଇଥିବା ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାରେ ସଜା ଶୁଣାଇଥିଲେ । କୋଟ ସଇଦଙ୍କୁ ଦୋଷୀବୋଲି ବି ମାନିିଥିଲେ । ହାଫିଜ ସଇଦଙ୍କ ବ୍ୟତୀତ ଅତୀତରେ ହିଜବୁଲ ମୁଜାହିଦ୍ଦିନର ସୈୟଦ ସଲ୍ଲାଉଦ୍ଦିନକୁ ମଧ୍ୟ ରାଓଲପିଣ୍ଡିରେ ଦେଖିବାକୁ ମିଳିଥିଲା । ସେ ମଧ୍ୟ ଭାରତକୁ ବରବାଦ କରିଦେବ ବୋଲି ଧମକ ଦେଇଥିଲା ।

ଯାହା ବି ହେଉ, ହାଫିସଏବଂ ସୈଇଦ ସଲ୍ଲାଉଦ୍ଦିନର ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ଥାନର ସମସ୍ୟା ଆହୁରି ବଢି ଯାଇଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ୠଇଞୠ) ଭାରତୀୟ ମୂଳ ମୁଖ୍ୟ ଟି ରାଜା କୁମାୀ ଶୁକ୍ରବାର ଦେଶକୁ ସତର୍କତାରବାଣୀ ଶୁଣାଇ କହିଛନ୍ତି,ପାକିସ୍ତାନ ଉପରେ ନଜର ରଖାଯାଇଛି । ସେ କହିଛନ୍ତି, ପାକିସ୍ତାନକୁ ଏପରି ପଦକ୍ଷେପ ନେବାକୁ ପଡିବ ଯାହା କାଉଣ୍ଟର ଟେରରିଜିମକୁ ଶକ୍ତିଶାଳୀ କରିବ । ଟି.ରାଜା କୁମାର ଯାହା କହିଛନ୍ତି ଏକଦମ ଠିକ କହିଛନ୍ତି ।

ଗତବର୍ଷ ଅକେ୍‌ଟାବରରେ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ହଟା ଯାଇଥିଲା । ଆଣ୍ଟି ମନି ଲଣ୍ଡରିଂ ଏବଂ ଆତଙ୍କବାଦ ନିରୋଧି ଯୋଜନାର ଘୋଷଣା କରାଯିବା ପରେ ଦେଶକୁ ଏହି ତାଲିକାରୁ ହଟାଇ ଦିଆଯାଇଥିଲା । ଯଦି ଏହି ଯୋଜନା ଅନୁସାରେ ପାକିସ୍ତାନ କାମ ନ କରେ ତେବେ ପୁଣି ଗ୍ରେ ଲିଷ୍ଟକୁ ଚାଲି ଯାଇପାରେ । ସୂଚନା ଥାଉ କି,ପାକିସ୍ତାନ ୨୦୧୮ ମସିହାରେ ପାକିସ୍ତାନ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା ।

Leave A Reply

Your email address will not be published.