Latest Odisha News

BREAKING NEWS

ମେଘାଳୟ ଏବଂ ନାଗାଲାଣ୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଂଚଳ ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏହା ଅପରାହ୍ନ ୪ଟା ଯାଏ ଚାଲିବ।  ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ଲୋକେ ଧାଡିରେ ଠିଆ ହୋଇ ମତଦାନ ପାଇଁ ଅପେକ୍ଷା କରିଛନ୍ତି । ନାଗାଲାଣ୍ଡରେ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଦୁଇ ରାଜ୍ୟରେ ୬୦ଟି ଲେଖାଏ ଆସନ ଥିଲେ ହେଁ ଆଜି ମେଘାଳୟର ୫୯ଟି ସିଟ୍ ଏବଂ ନାଗାଲାଣ୍ଡରେ ୫୯ଟି ସିଟ୍ ପାଇଁ ମତଦାନ ଚାଲିଛି । ଉଭୟ ରାଜ୍ୟକୁ ମିଶାଇ ୫୫୦ ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ମାର୍ଚ୍ଚ ୨ରେ ମେଘାଳୟ, ନାଗାଲାଣ୍ଡ ଏବଂ ଅନ୍ୟ ଏକ ରାଜ୍ୟ ତ୍ରିପୁରା ପାଇଁ ଭୋଟ୍ ଗଣତି ହେିବ ।

ମେଘାଳୟରେ ସମସ୍ତ ଦଳ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୮ ତୁଳନାରେ, ଏଥର ବିଜେପି ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) କୌଣସି ପ୍ରି-ପୋଲ୍ ମେଂଟ କରିନାହାଁନ୍ତି । ପୂର୍ବତନ ମେଘାଳୟର ମନ୍ତ୍ରୀ ତଥା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଲିଙ୍ଗଡୋହଙ୍କ ମୃତ୍ୟୁ ହେତୁ ସୋହିଅନଗ ଆସନରେ ମତଦାନ ସ୍ଥଗିତ ରଖାଯାଇଛି । ସେଥିପାଇଁ ୬୦ ଟି ସିଟ୍ ମଧ୍ୟରୁ ୫୯ ଟିରେ ଭୋଟ୍ ଗ୍ରହଣ ହେଉଛି ।

ଏଥର ବିଜେପି ଏବଂ କଂଗ୍ରେସ ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏନପିପି ୫୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛିି । ରାଜ୍ୟରେ ୫୮ ଟି ଆସନରେ ଟିଏମସି ପ୍ରାର୍ଥୀ ଦେଇଛି । ୨୦୨୧ ମସିହାରେ, ଟିଏମସି ମେଘାଳୟର ମୁଖ୍ୟ ବିରୋଧୀ ଦଳ ଥିଲା । ତା’ପରେ ୧୨ ଜଣ କଂଗ୍ରେସ ବିଧାୟକ ଟିଏମସିରେ ଯୋଗ ଦେଇଥିଲେ । ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଏଥିରେ ଯୋଗଦେବା ପରେ ଟିଏମସିର ଶକ୍ତି ବୃଦ୍ଧି ପାଇଥିଲା । ଏଥର ମେଘାଳୟରେ ଏନପିପି ଓ ଟିଏମସି କଡା ଟକ୍କର ହେବ

Leave A Reply

Your email address will not be published.