Latest Odisha News

ନିଜ ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌‌ କରଉଛି ମା ଭାଲୁ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ମା’ଟିଏ ସବୁବେଳ ନିଜ ଛୁଆକୁ ସୁରକ୍ଷା ଦେଇଥାଏ। ସେମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ମା ଭାଲୁ ତା ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌ କରାଇବା ପାଇଁ କେମିତି ସଂଘର୍ଷ କରୁଛି ତାର ନିଆରା ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି।

ୱିଞ୍ଚେନ୍‌ଷ୍ଟର ପୋଲିସ ବିଭାଗର ଫେସବୁକ୍ ପେଜରେ ମା ଭାଲୁ ତା ଛୁଆଙ୍କ ଟ୍ରାଫିକ୍‌ ପାର୍‌ କରାଇବା ସଂଘର୍ଷର ୪ ମିନିଟର ଭିଡିଓକୁ ଶହ ଶହ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଭାଲୁର ଅନ୍ୟ ଭିଡିଓ ମଧ୍ୟ ଅନଲାଇନରେ ପ୍ରସାରିତ ହୋଇଥିଲା କିନ୍ତୁ ଏହି ନିର୍ଦ୍ଦିଷ୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

Comments are closed.