Latest Odisha News

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା ଅନୁଯାୟୀ, ନାବାଳିକା ଜଣକ ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଗର୍ଭବତୀ ହୋଇଥିଲେ ମଧ୍ୟ ଏ ବିଷୟରେ କାହାକୁ ଜଣାଇ ନଥିଲେ। ପୋଲିସର ସୂଚନାନୁସାରେ, ଜଣେ ୧୫ ବର୍ଷର ନାବାଳିକା ୟୁଟ୍ୟୁବ ଭିଡିଓ ଦେଖି ନିଜ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ପରେ ନବଜାତ ଶିଶୁକୁ ହତ୍ୟା କରିଥିଲେ ।

ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାଙ୍କର ଉକ୍ତ ଯୁବକ ସହ ପରିଚୟ ହୋଇଥିଲା । ଯୁବକ ଜଣକ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଯାହା ପରେ ସେ ଗର୍ଭବତୀ ହୋଇଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଏବାବଦରେ କିଛି ଜଣାଇନଥିଲେ। ମାର୍ଚ୍ଚ ୨ରେ ସେ ତାଙ୍କ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ନବଜାତ ଶିଶୁକୁ ଗଳା ଚିପି ହତ୍ୟା କରିଥିଲେ। ସେ ନବଜାତର ମୃତଦେହକୁ ନିଜ ଘରେ ଥିବା ଏକ ବାକ୍ସରେ ଲୁଚାଇ ରଖିଥିଲେ। ପୋଲିସର ସୂଚନାନୁସାରେ ନାବାଳିକାର ମା ’ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରିବାରୁ ଝିଅଟି ଏବାବଦରେ କହିଥିଲା । ଏହା ପରେ ନାବାଳିକାକୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ପୋଲିସ ନବଜାତ ଶିଶୁର ମୃତଦେହକୁ ଘରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Comments are closed.