Latest Odisha News

BREAKING NEWS

ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ମା ଓ ପୁଅ ଅଟକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳା ଏବଂ ତାଙ୍କ ପୁଅକୁ ୪୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ରଖିବା ଅଭିଯୋଗରେ ବୁଧବାର ଦିନ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ ସମୟରେ ଦୁଇଜଣଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଅଭିଯୁକ୍ତ ମାନେ ଲୋକନାଥ ପାଇକରାୟ ଏବଂ ମାମି ପାଇକରାୟ ବୋଲି ଜଣାପଡିଛି।

ସେମାନଙ୍କଠାରୁ ଡ୍ରଗ୍ସ ଚାଲାଣ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏକ ସ୍କୁଟି ଏବଂ ୭,୦୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।ବ୍ରାଉନ୍ ସୁଗାର ଚାଲାଣ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ, ଖୋର୍ଦ୍ଧା ଟାଉନ୍ ଥାନା ଅଧୀନରେ ଏହି ଅଭିଯାନ କରାଯାଇଥିଲା।

Comments are closed.