ରାଜଗାଙ୍ଗପୁର: ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲା ମା ଓ ପୁଅ । ରାଜଗାଙ୍ଗପୁର ପୌରପାଳିକା ୧୨ ନମ୍ବର ୱାର୍ଡରେ ସିନେମା ପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୫ ଦିନ ମୁର୍ମୁଷ ଅବସ୍ଥାରେ ଘରେ ପଡ଼ିବା ପରେ ୬୦ ବର୍ଷୀୟ ବୃଦ୍ଧା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଖବର ଦେବା ପରେ ସମାଜସେବୀ ଓ ଗଣମାଧ୍ୟମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଘର ଭିତରୁ ବୃଦ୍ଧାଙ୍କ ସହ ରୋଗାକ୍ରାନ୍ତ ପୁଅକୁ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ ଦୀର୍ଘ ୨୦ ବର୍ଷ ହେବ ମିଳନ ଟକିଜ ନିକଟରେ ଏକ ଭଡା ଘରେ ୬୦ ବର୍ଷୀୟା ବୃଦ୍ଧା ସୋନିବାଇ ଶର୍ମା ଓ ତାଙ୍କ ୩୫ ବର୍ଷୀୟ ପୁଅ ବୟିଜୁ ଶର୍ମା ରହୁଥିଲେ। ବହୁ ଦିନ ପୂର୍ବରୁ ସୋନିବାଇଙ୍କର ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଶେଷରେ ନିଜ ପୁଅ ବୟିଜୁ ନିଶାପାଣି ଖିଆ ପିଆ କରି ଅବାଟରେ ଚାଲିଗଲା। ପୁଅ ଚିନ୍ତାରେ ସୋନିବାଇ ମାନସିକ ଚାପରେ ରହି ରୋଗିଣା ହୋଇଗଲେ ।
ସୋନିବାଇଙ୍କ ଆଖିକୁ ଭଲ କରି ଦେଖାଯାଉନାହିଁ। ଘରର ରୋଷେଇ ବାସ ମଧ୍ୟ କରିପାରୁନାହାନ୍ତି ବୟିଜୁ ଯାହା କିଛି ଘର ପାଇଁ ରାନ୍ଧି ଦିଅନ୍ତି ମା ଓ ପୁଅ ଖାଆନ୍ତି । ହେଲେ ୧୫ ଦିନ ହେବ ପୁଅ ବୟିଜୁ ର ଦେହ ଖରାପ ହେବାରୁ ମା ଓ ପୁଅ ଗୁରୁତର ଅବସ୍ଥାରେ ଘରେ ପଡ଼ିରହିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ହସ୍ପିଟାଲ ପଠାଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଜଣାପଡ଼ିଛି।
Comments are closed.