Latest Odisha News

BREAKING NEWS

ମୁମ୍ବାଇରେ ଚାଞ୍ଚଲ୍ୟ: ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଲା ମାଆ

ମୁମ୍ବାଇ: ରକ୍ଷକ ସାଜିଲା ଭକ୍ଷକ  । ୪୦ ଦିନର ପିଲାକୁ ନିଜ ହାତରେ ହତ୍ୟା କରିଛି ଜନ୍ମକଲା ମାଆ  । ଏମିତି କିଛି ଘଟଣା ଘଟିଛି  ମୁମ୍ବାଇ ସହରରେ  । ସୂଚନା ମୂତାବକ ମୁମ୍ବାଇର ମୁଲୁନ୍ଦ ଅଞ୍ଚଳର ଜଣେ ଭିନ୍ନକ୍ଷମ ମହିଳା ନିଜର ଶିଶୁ କନ୍ୟାକୁ ୧୪ ମହଲା କୋଠାରୁ ଫୋପାଡି ହତ୍ୟା କରିଛନ୍ତି । ପରେ ତୁରନ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି ।

ତେବେ ମିଳିଥିବା ସୂଚନା ମୂତାବକ ମହିଳା ଜଣକ ଦିବ୍ୟାଙ୍ଗ । କାହିଁକି ମହିଳା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି  , ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ପୋଲିସ ସମ୍ପୃକ୍ତ ମହିଳାଙ୍କ ପାଁରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି  । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ପୋଲିସ ଜାଣିବା ପରେ ମହିଳାଙ୍କ ନାମରେ କେସ୍‌ ଦାଏର କରିଛି । ଏପର୍ଯ୍ୟନ୍ତ ମହିଳାଙ୍କୁ ଗିରଫ କରାଯାଇନାହିଁ ।

 

Leave A Reply

Your email address will not be published.