Latest Odisha News

BREAKING NEWS

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର ଚାରି ସନ୍ତାନ ଅଛନ୍ତି। ତେବେ ଆଠ ଦିନ ପୂର୍ବରୁ ସୋନୁଙ୍କ ପତ୍ନୀ ରୋଶନି ଅନ୍ୟ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହାର କିଛିଦିନ ପରେ ତାଙ୍କ ଶିଶୁ କନ୍ୟା ଚୁଲିରେ ପଡ଼ି ଗୁରୁତର ଭାବରେ ଜଳି ଯାଇଥିବା ଜଣାପଡିଛି।

ଶିଶୁ କନ୍ଯାଙ୍କ ପିତାଙ୍କ ଅଭିଯୋଗ ପରେ ପୋଲିସ ମା ରୋଶନୀଙ୍କୁ ଗିରଫ କରି ପଚରାଉଚରା କରିବା ସହ ଜେଲ୍ ପଠାଇଦେଇଛି। ଅପରପକ୍ଷରେ ସ୍ୱାମୀ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦେଇ ଶିଶୁଟିକୁ ଚିକିତ୍ସା ପାଇଁ ଲକ୍ଷ୍ନୌ ନେଇଯାଇଥିବା ରୋଶନୀ ପ୍ରକାଶ କରିଛନ୍ତି।

Comments are closed.