Latest Odisha News

ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି ମହିଳା

କାନପୁର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳୁଛି । ଶୁଭ ମୁହୂର୍ତ୍ତରେ ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା ଯେଉଁମାନଙ୍କ ସେହି ଦିନବେଳକୁ ପ୍ରସବ ତାରିଖ ଅଛି, ସେମାନେ ଚାହୁଁଛନ୍ତି ଯେ ନିର୍ଦ୍ଦିଷ୍ଟ ସେହି ଦିନ ଓ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ସେମାନଙ୍କ ସନ୍ତାନ ଜନ୍ମ ହେଉ । ଅନେକ ଗର୍ଭବତୀ ମହିଳା ସିଜେରିଆନ୍ ପ୍ରସବ କରାଇବା ପାଇଁ ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ।

ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ଥିବା ସୀମା ଦ୍ୱିବେଦୀ କହିଛନ୍ତି ଯେ ଏକ ଲେବର ରୁମରେ ୧୨ରୁ ୧୪ ଟି ସିଜେରିଆନ ପ୍ରସବ ପାଇଁ ଲିଖିତ ଅନୁରୋଧ ମିଳିଛି । ସେହିଦିନ ୩୫ଟି ସିଜେରିଆନ୍ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯାଉଛି । ଗର୍ଭବତୀ ମହିଳାମାନେ ପ୍ରାୟତଃ ପୂଜକଙ୍କଠାରୁ ଶୁଭ ତାରିଖ ଏବଂ ସମୟ ଜାଣିଥାନ୍ତି ଏବଂ ସେହି ଦିନ ପ୍ରସବ ପାଇଁ ଅନୁରୋଧ କରନ୍ତି । କିନ୍ତୁ ଯେଉଁ ଦିନ ଓ ସମୟରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଶୁଭବେଳା ରହିଛି ସେହି ସମୟରେ ହିଁ ପ୍ରସବ କରିବାକୁ ସେମାନେ ଯୋଜନା କରୁଛନ୍ତି । କାରଣ ସେହି ସମୟରେ ଜନ୍ମ ହେଲେ ପିଲା ପାଇଁ ଶୁଭ ହେବ ବୋଲି ସେମାନେ ମନେ କରୁଛନ୍ତି ।

Comments are closed.