Latest Odisha News

BREAKING NEWS

କମ୍ ବଜେଟରେ ଷ୍ଟାଇଲସ୍ ପେନ୍ ସପୋର୍ଟର ଫୋନ୍ ଲଞ୍ଚ କଲା ମୋଟୋରୋଲା; ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ମୋଟୋରୋଲା (Motorola) ଆଜି ଭାରତରେ ଏହାର ଷ୍ଟାଇଲସ୍ ସ୍ମାର୍ଟଫୋନ୍ Moto Edge 60 STYLUS ଲଞ୍ଚ କରିଛି। କମ୍ପାନୀ ମଧ୍ୟ ଏହି ନୂଆ ହ୍ୟାଣ୍ଡସେଟ୍‌ରେ ଏଆଇ ଫିଚର ଆଣିଛି । ଯେପରିକି Sketch to Image, AI styling ଓ ସ୍ମାର୍ଟ ସପିଂ ଲାଗି Glance AI ରହିଛି । 5000mAh ବ୍ୟାଟେରୀ ଦିଆଯାଇଛି ଯାହାକି 68ୱାଟ୍‌ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରୁଛି । Motorola Edge 60 STYLUS ହେଉଛି ଭାରତୀୟ ବଜାରରେ ଉପଲବ୍ଧ ଦ୍ୱିତୀୟ ସ୍ମାର୍ଟଫୋନ୍ ଯାହା ପେନ୍ କିମ୍ବା ଷ୍ଟାଇଲସ୍ ସହିତ ଆସୁଛି। ବର୍ତ୍ତମାନ, ଷ୍ଟାଇଲସ୍ ବିକଳ୍ପଟି ସାମସଙ୍ଗର S ସିରିଜର ଅଲ୍ଟ୍ରା ମଡେଲରେ ଉପଲବ୍ଧ।

Moto Edge 60 STYLUS ଭାରତରେ ୨୨,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି। ଏହାର କେବଳ ଗୋଟିଏ ଭାରିଆଣ୍ଟ 8GB+256GB ସହିତ ଲଞ୍ଚ କରାଯାଇଛି। ଏହା ୨୩ ଏପ୍ରିଲରୁ Flipkart ଏବଂ motorola.comର ସାଇଟରୁ କିଣାଯାଇପାରିବ। ଏଥିରେ ୧୦୦୦ ଟଙ୍କାର ରିହାତି ସହିତ କିଛି ବ୍ୟାଙ୍କ ଅଫର ମଧ୍ୟ ମିଳିବ।

6.7-ଇଞ୍ଚ (2712×1220ପିକ୍ସେଲ) FHD+ 10-ବିଟ୍‌ pOLED ଡିସପ୍ଲେ, 120Hz ରିଫ୍ରେସ୍‌ ରେଟ୍‌, 3000ନିଟ୍ସ ପର୍ଯ୍ୟନ୍ତ ସର୍ବାଧିକ ବ୍ରାଇଟନେସ୍, କର୍ଣ୍ଣିଂ ଗରିଲା ଗ୍ଲାସ 3(Corning Gorilla Glass 3) ପ୍ରୋଟେକ୍ସନ ସହ ଆସିଛି । ଏଥିସହ ଆକ୍ୱା ଟଚ୍ ଭଳି ଫିଚର ଉପଲବ୍ଧ ହେବ। Aqua Touch ର ଅର୍ଥ ହେଉଛି Moto Edge 60 STYLUS ର ସ୍କ୍ରିନକୁ ଓଦା ହାତରେ ମଧ୍ୟ ବ୍ୟବହାର କରାଯାଇପାରିବ। ପ୍ରୋସେସର ଲାଗି କମ୍ପାନୀ ଏଥିରେ କ୍ବାଲକମ୍‌ର Snapdragon 7s Gen 2 SoC ଚିପସେଟ୍‌କୁ ବ୍ୟବହାର କରିଛି । ଏହା 8GB LPDDR4X RAM, 256GB UFS 2.2 ଷ୍ଟୋରେଜ ସହ ଆସିଛି । ଆଣ୍ଡ୍ରଏଡ 15 ଆଧାରିତ My UX OS ମିଳିବ । କମ୍ପାନୀ ଏଥିପାଇଁ ୨ବର୍ଷର OS ଏବଂ ୩ ବର୍ଷର ସିକ୍ୟୁରିଟି ଅପଡେଟ୍ ପ୍ରଦାନ କରିବ।

50MP Sony LYT-700C ମେନ୍‌ କ୍ୟାମେରା, 13MP ଅଲଟ୍ରାୱାଇଡ୍‌ କ୍ୟାମେରା ଓ ସେଲ୍ଫି ଲାଗି 32MP ଫ୍ରଣ୍ଟ କ୍ୟାମେରା ରହିଛି ।

ଏଥିରେ ଆପଣ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ଷ୍ଟେରିଓ ସ୍ପିକର, ଡଲବି ଆଟମସ୍(Dolby Atmos) ସପୋର୍ଟ ଏବଂ ମିଲିଟାରୀ-ଗ୍ରେଡ୍ ସ୍ଥାୟିତ୍ୱ ପାଇବେ। ଏହି ଫୋନଟି IP68 ରେଟିଂ ସହିତ ଆସିଥାଏ। ଏଥିରେ ବ୍ଲୁଟୁଥ୍ 5.4, GPS, USB Type-C, NFC ଭଳି ସେନ୍ସର ମଧ୍ୟ ଦିଆଯାଇଛି।

 

 

 

Comments are closed.