Latest Odisha News

BREAKING NEWS

ଜାନୁୟାରୀରେ ବାହା ହେବେ ମୌନୀ!

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଭିନେତ୍ରୀ ମୌନୀ ରୟଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏଥର କୌଣସି ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଭିଡିଓ ପାଇଁ ନୁହେଁ ବରଂ ସେ ଏଥର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ସୂଚନା ଅନୁଯାୟୀ ମୌନୀ ତାଙ୍କ ବଏଫ୍ରେଣ୍ଡ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆରଙ୍କୁ ଡେଟିଂ କରୁଥିବା ନେଇ ଆଲୋଚନା ହେଉଛି। ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ରିପୋର୍ଟ ଅନୁଯାୟୀ ମୌନୀ ରୟଙ୍କ ସମ୍ପର୍କୀୟ ବିଦ୍ୟୁତ ରୟସରକାର ଏକ ସାକ୍ଷାତକାରରେ କହିଛନ୍ତି ଯେ ମୌନୀ ଜାନୁଆରୀ ୨୦୨୨ରେ ସେ ବିବାହ କରିବାର ଯୋଜନା ରହିଛି। ଏହାଛଡ଼ା ବିବାହ ସମାରୋହ ଦୁବାଇ କିମ୍ବା ଇଟାଲୀରେ ଅନୁଷ୍ଠିତ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.