Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେସ ରାଉତରାୟଙ୍କ ପୁଅ ।ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ସିଦ୍ଧାର୍ଥ ରାଉତରାୟ । ତିନୋଟି ମହାଦେଶର ତିନୋଟି ଉତ୍ତତମ ଗିରି ଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି ।ସେ ସବୁ ହେଉଛି ଉତ୍ତର ଆମେରିକାର ମାଉଣ୍ଟ ଡେନାଲି । , ଦକ୍ଷୀଣ ଆମେରିକାର ଆକୋଗ୍ନୋକୁଆ ଏବଂ ଆଫ୍ରିକାର କିଲମାନଜୋର ।

ସେହିଭଳି ସାତୋଟି ମହାଦେଶରେ ସାତୋଟି ଶିଖର ଆରୋହଣ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବାନା ଉଡାଇବାର ଲକ୍ଷ ରଖଇଛନ୍ତି ସିଦ୍ଧାର୍ଥ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥଙ୍କୁ ପ୍ରଂଶସା କରିବା ସହ ତାଙ୍କ ସଫଳତା କାମନା କରିଛନ୍ତିା ସିଦ୍ଧାର୍ଥ ରାଉତରାୟ ଆମେରିକାର ସିଲିକନ୍ ଭ୍ୟାଲିରେ ରହୁଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ବିଧାୟକ ସୁରେଶ ରାଉତରାୟ ଓ ୫ ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.