Latest Odisha News

BREAKING NEWS

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି ।

ଏହି ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବହୁ ମନ୍ତ୍ରୀ ମାନେ ଯୋଗଦେଇଥିଲେ ।ଏହି ସମାବେଶରେ କେବଳ ନେତା ମନ୍ତ୍ରୀ ନୁହେଁ । ଅନେକ ବଲିଉଡ ଷ୍ଟାର ମଧ୍ୟ ଯୋଗଦେଇଥିଲେ । ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିେଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ଗ୍ରହଣ ଉତ୍ସବକୁ ଆସିବା ସମୟରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ବିଭିନ୍ନ କଲଚୁରାଲ କାର୍ଯ୍ୟକ୍ରମ ରହିଛି ।ୟୁପିରେ ଦୀର୍ଘ ୩୫ ବର୍ଷ ପରେ ବିଜେପିକୁ ଦ୍ୱିତୀୟ ଥର ପାଇଁ କ୍ଷମତା ମିଳିଛି ।୨୦୧୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.