Latest Odisha News

BREAKING NEWS

ଦେଶଦ୍ରୋହ ମାମଲାରେ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌

ଜୈନପୁର: ପିଡିପି ନେତା ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌ । ରାଜଦ୍ରୋହ ବା ତ୍ରିରଙ୍ଗାକୁ ନେଇ ମର୍ଯ୍ୟଦାହୀନ ଟିପ୍ପଣୀ ଦେବା ଅଭିଯୋଗରେ ଦାଖଲ ହୋଇଥିବା ଯାଚିକା ଉପରେ କୋର୍ଟ ଶୁଣାଣି କରିଛନ୍ତି । 

ଏନେଇ ଜୈନପୁରର ଜିଲ୍ଲା ଜର୍ଜ ମଦନ ପାଲ୍‌ ମେହବୁବାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଏବଂ ୨୩ ମାର୍ଚ୍ଚକୁ ପୁନର୍ବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । 

ଦେବାନୀ ନ୍ୟାୟାଳୟର ଅଧିବକ୍ତା ହିମାଂଶୁ ଶ୍ରୀବାସ୍ତବ, ଅଧିବକ୍ତା ଉପେନ୍ଦ୍ର ବିକ୍ରମ ସିଂଙ୍କ ଜରିଆରେ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏନେଇ ଦରଖାସ୍ତ ଦାଖଲ ହୋଇଥିଲା । ୨୩ ଅକ୍ଟୋବର, ୨୦୨୦ରେ ଜାମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା କହିଥିଲେ, ଅନୁଛେଦ ୩୭୦ ଫେରିବା ପର୍ଯ୍ୟନ୍ତ ସେ ଲଢ଼ାଇ ଜାରି ରଖିବେ । ଆମର ପତାକା ଲୁଟାଯାଇଛି । ତେଣୁ ଅନ୍ୟ କୌଣସି ପତାକାକୁ ଆମେ ଉଡ଼ାଇବାକୁ ଦେବୁ ନାହିଁ । ଜାମ୍ମୁ-କାଶ୍ମୀରର ପତାକା ଯେତେବେଳେ ତାଙ୍କର ହାତରେ ରହିବ ସେତେବେଳେ ସେ ତ୍ରିରଙ୍ଗା ଉଠାଇବେ ବୋଲି କହିଥିଲେ ।

ମେହବୁବାଙ୍କର ଏହି ବୟାନକୁ ଗତ ୨୪ ଅକ୍ଟୋବର ସନ୍ଧ୍ୟା ୬ଟା ସମୟରେ ଅଧିବକ୍ତା ଏବଂ ଜଣେ ସାକ୍ଷୀ ଶୁଣିଥିଲେ ଏବଂ ତାଙ୍କର ରାଜଦ୍ରୋହାତ୍ମକ ଭାବେ ତ୍ରିରଙ୍ଗାକୁ ଅପମାନ କରୁଥିବା ଏହି ବ୍ୟକ୍ତବ୍ୟ ମଧ୍ୟ ସେମାନେ ଶୁଣିଥିଲେ । ଏଥିରେ ତାଙ୍କୁ ମାନସିକ କଷ୍ଟ ମିଳିଥିବା ସେ କହିଥିଲେ । ଏହା ଦେଶପ୍ରତି ଅପମାନଜନକ ମନ୍ତବ୍ୟ । ଏଥିରେ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ପ୍ରତିକୂଳ ପ୍ରଭାବ ପଡ଼ିଥିଲା ।

 

Leave A Reply

Your email address will not be published.