Latest Odisha News

ସୋନମ ବାଙ୍ଗଚୁକ ସେନାର ଯବାନଙ୍କ ପାଇଁ ତିଆରି କଲେ ନିଆରା ଟେଂଟ

ଲଦାଖ: ଯାହାଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିଲା ଥ୍ରୀ ଇଡିଏଟ୍ସ, ସେ ପୁନର୍ବାର ସରକାର ଓ ସେନାଙ୍କ ସହାୟତା ପାଇଁ ହାତ ବଢ଼ାଇଛନ୍ତି । ଆପଣମାନେ ଠିକ୍ ଜାଣି ପାରିଛନ୍ତି, ସେ ହେଲେ ସମାଜସେବୀ ସୋନମ ବାଙ୍ଗଚୁକ୍ । ହାଡଭଙ୍ଗା ଶୀତରେ ସେନାର ଯବାନମାନଙ୍କୁ ରକ୍ଷା କରିବା ପାଇଁ ସେ ପ୍ରସ୍ତୁତ କରିଛନ୍ତି ନିଆରା ଟେଂଟ । ବାହାରେ ଉତାପ -୨୦ଡିଗ୍ରୀ ସେଲସିୟସ ଥିବା ବେଳେ ଟେଂଟ ଭିତରେ ଏହା ୧୫ରୁ ୨୦ ଡିଗ୍ରୀ ମଧ୍ୟରେ ରହିବ ।

ଭୂପୃଷ୍ଠରୁ ୧୨ ହଜାର ଫିଟ ଉପରେ ଥିବା ଏହି ସବୁ ସ୍ଥାନଗୁଡିକ ଉପରେ ଶତ୍ରୁ ଦଳର ସର୍ବଦା ନଜର ରହିଛି । ଏହି ଟେଂଟ ମଧ୍ୟରେ ଯବାନମାନେ ସର୍ବଦା ପ୍ରହରା ଦେଇପାରିବେ । ପୂର୍ବରୁ ଡିଜେଲ, କିରୋସିନୀ ଓ କାଠ ଜାଳି ଯବାନମାନେ ନିଜକୁ ବଂଚାଇ ରଖୁଥିଲେ । ଏବେ ସୋଲାର ଏନର୍ଜି ବଳରେ ଗୋଟିଏ ଟେଂଟ ମଧ୍ୟରେ ୧୦ ଯବାନ ଆରାମରେ ରହିପାରିବେ । ଏହାର ଓଜନ ୩୦କିଲୋଗ୍ରାମରୁ କମ୍ ରହିଛି । ସୂଚନାଯୋଗ୍ୟ, ଥ୍ରୀ ଇଡିଏଟ୍ସରେ ବାଙ୍ଗଚୁକଙ୍କ ଭୂମିକା କରି ଅମୀର ବେଶ୍ ଲୋକପ୍ରିୟତା ହାତେଇଥିଲେ ।

Leave A Reply

Your email address will not be published.