Latest Odisha News

BREAKING NEWS

ହସ୍ପିଟାଲରେ ‘ଥ୍ରୀ ଇଡିଏଟସ୍’ ଫିଲ୍ମର ଝଲକ୍; ରୋଗୀଙ୍କୁ ବାଇକରେ ବସାଇ ଜରୁରୀକାଳୀନ ୱାର୍ଡ ଭିତରେ ପଶିଲେ ଯୁବକ

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ  ‘ଥ୍ରୀ ଇଡିଏଟସ୍’ରେ ଅଭିନେତା ଅମୀର ଖାନ୍ ଜଣେ ରୋଗୀଙ୍କୁ ସ୍କୁଟି ଉପରେ ବସାଇ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ଭିତରକୁ ନେଇଯାଇଥିବା ଦୃଶ୍ୟ ନିଶ୍ଚୟ ଦେଖିଥିବେ । ଠିକ୍ ଏଭଳି ଏକ ଚିତ୍ର ମଧ୍ୟପ୍ରଦେଶ ସତନାର ସରଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ହସ୍ପଟାଲରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ହସ୍ପିଟାଲରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇ ପଡ଼ିଥିଲେ । ବାହାରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ କାହାରି କଥା ନ ଶୁଣି ରୋଗୀଙ୍କୁ ବାଇକରେ ବସାଇ ଭିତରକୁ ନେଇ ଯାଇଥିଲେ ।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ନୀରଜ ଗୁପ୍ତାଙ୍କ ଅଜା ହାଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ନୀରଜ ତାଙ୍କୁ ବାଇକରେ ବସାଇ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ହେଲେ ନୀରଜ ବାଇକକୁ ବାହାରେ ପାକିଂ କରି ନଥିଲେ । ଏମିତିକି ଷ୍ଟ୍ରେଚର ସୁବିଧା ମଧ୍ୟ ନେଇ ନଥିଲେ। ହସ୍ପିଟାଲର ଜରୁରୀକାଳୀନ ୱାର୍ଡର ବେଡ୍ ପାଖକୁ ସିଧା ବାଇକ୍ ପୂରାଇ ଦେଇଥିଲେ । ସେଠାରେ ତାଙ୍କ ଅଜାଙ୍କୁ ବାଇକରୁ ଓହ୍ଲାଇ ବେଡରେ ଶୁଆଇ ଥିଲେ । ତା’ପରେ ସେ ଯାଇ ବାଇକକୁ ପାର୍କିଂରେ ରଖିଥିଲେ ।

ନୀରଜଙ୍କ ଏଭଳି କାର୍ଯ୍ୟକୁ ରୋଗୀଙ୍କ ସଂପକୀୟ ଏବଂ ହସ୍ପିଟାଲ ପକ୍ଷରୁ ନାପସନ୍ଦ କରାଯାଇଛି ।  ଏଭଳି ଭୁଲ୍ ପୁଣି ଥରେ ନ କରିବାକୁ  ନୀରଜଙ୍କୁ  ହସ୍ପିଟାଲ କର୍ତ୍ତୃପକ୍ଷ କଡ଼ା ଚେତାବନୀ ଦେଇଛନ୍ତି । ଏହା ସହ ସେ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.