Latest Odisha News

BREAKING NEWS

ଲୋକାର୍ପିତ ହେବ ଯାଜପୁରର ରୁପାନ୍ତରୀତ ସ୍କୁଲ, ସେପଟେ ଆଉ ୫ ଜିଲ୍ଲା ପାଇଁ ‘ଲକ୍ଷ୍ମୀ’ ବସ୍ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ପରିବହନ କ୍ଷେତ୍ର ହେବ ଆହୁରି ସହଜ । ଗାଁରୁ ଯୋଡିହେବ ସବୁ ସହର । ଲକ୍ଷ୍ମୀ ଯୋଜନାରେ ଆଜି ଆଉ ୫ଜିଲ୍ଲାକୁ ଗଡିବ ବସ୍‌ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ଆରମ୍ଭ ହେବ ନୂତନ ଅଧ୍ଯାୟ। ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ।

ଆଜି ବରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୨୫ଟି ବସ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ମିଶାଇ ରାଜ୍ଯର ମୋଟ ୧୪ ଜିଲ୍ଲାକୁ ପରିବ୍ଯାପ୍ତ ହେବ ଲକ୍ଷ୍ମୀ। ଏହା ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, କୋରାପୁଟ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ସେବା ଆରମ୍ଭ ହୋଇସାରିଛି । ତେବେ ଆସନ୍ତା ୧୬ ତାରିଖରେ ଆଉ ୫ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ କରାଯିବ ।

ସେପଟେ ଅପରାହ୍ନ ୫ଟାରେ ଯାଜପୁରରେ ରୂପାନ୍ତରିତ ୮୭ଟି ଫାଇଭ-ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।

 

 

 

 

Leave A Reply

Your email address will not be published.