Latest Odisha News

BREAKING NEWS

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଚିଠିକୁ ସେ ତାଙ୍କ ଟୁଇଟର ହାଣ୍ଡେଲ ଏକ୍ସରେ ସେୟାର କରିଛନ୍ତି। ସାଂସଦଙ୍କର ଏହି ରିମାଇଣ୍ଡର ପରେ ପୁଣି ଡେରାସ ଜମି ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତାମିଲ ମହିଳା ବ୍ୟବସାୟୀ ଚନ୍ଦକାରେ ବେଆଇନ ଭାବେ  ଜମି ଜବରଦଖଲ କରି ନେଇଛନ୍ତି । ସେ ୧୫୦ ଏକର ଅଂଚଳକୁ ନିଜ କବ୍ଜାକୁ ନେଇଥିଲେ ଯେଉଁଥିରେ ଏମ୍ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଥିଲା  । ଏପରିକି କେନାଲକୁ ମଧ୍ୟ ମାଟି ପକାଇ ପୋତି ଦେଇଥିଲେ । ଫଳରେ ଗରିବ ଚାଷୀମାନେ ନିଜ ଜମିକୁ ଯାଉ ପାରୁ ନ ଥିଲେ  । ତା ଛଡା କେନାଲ ପୋତି ଦିଆ ଯାଇଥିବାରୁ ଚାଷୀଙ୍କର ୩୦୦ ଏକର ଜମିରେ ଚାଷୀ ଫସଲ ହୋଇ ପାରୁ ନ ଥିଲା ।

ଚାଷୀଙ୍କ ଅଭିଯୋଗ ପାଇବା ପରେ ସାଂସଦ ନିଜେ ଗତ ୭ ତାରିଖରେ   ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ମିଶି ନିଜେ ଜମି ଖୋଳି ଦୁର୍ନୀତିର ପ୍ରମାଣ ବାହାର କରିଥିଲେ । ଏହି ଜମିରୁ ବେଆଇନ ଜବରଦଖଲ ହଟାଇବା ପାଇଁ ସେ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ ।

ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ ଜବରଦଖଲମୁକ୍ତ କରି ଅବରୋଧ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ହେଲେ ପ୍ରତିଶ୍ରୁତି ଦେବା ପରେ ବି ଜବରଦଖଲ ହଟାଇବା ଲାଗି କୌଣସି ପଦକ୍ଷେପ ନେଇ ନାହାନ୍ତି ସରକାର । ତେଣୁ ଆଜି ସାଂସଦ ତାଙ୍କର ୨ୟ ରିମାଇଣ୍ଡର ପଠାଇଛନ୍ତି । ଏହାର କପି ମଧ୍ୟ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି । ଖୁବଶୀଘ୍ର ଜବରଦଖଲ ହଟାଇବା ପାଇଁ ଦାବି କରିଛନ୍ତି ।

 

Leave A Reply

Your email address will not be published.