Latest Odisha News

BREAKING NEWS

କେରଳରେ ନିପା ଭାଇରସ୍ ଆତଙ୍କ : କୋଝିକୋଡିରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ,୨୪ ଯାଏଁ ସ୍କୁଲ ଛୁଟି ଘାେଷଣା

ଦିଲ୍ଲୀ: ଥମୁନି ନିପା ଭାଇରସ୍ ଆତଙ୍କ  । କେରଳରେ ଭୟ ବଢାଉଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଝିକୋଡି ଗାଁରେ ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଫଳରେ ସରକାର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି  । ଏହି ସମୟରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡିକରେ ଅନଲାଇନ କ୍ଲାସ୍ ହେବା ନେଇ  ପ୍ରଶାସନ ପକ୍ଷରୁ କୁହାଯାଇଛି  ।

ବର୍ତ୍ତମାନ କେରଳରେ ନିପା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୦ରେ ପହଞ୍ଚିଛି  । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରେ ୩୧୭ଜଣ ସ୍ବାସ୍ଥ୍ୟକର୍ମୀ ରହିଥିବା ସୂଚନା ମିଳିଛି  । ଅନ୍ୟ ଜିଲ୍ଲାରୁ ୨୯ ଜଣ ନିପା ଭାଇରସ୍ ରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ କରେଳ କୋଝିକୋଡିରେ  ପ୍ରଥମ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.