ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା ପରେ ଏକଥା ସ୍ପଷ୍ଟ କରିଛନ୍ତି ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଏହି ଯୋଜନା ବିଏମସିର କଟକଣା ଭିତରେ ଆଶୁ ନାହିଁ ।

ରାଜଧାନୀର ବିଭିନ୍ନ ବସ୍ତି,  ବସଷ୍ଟାଣ୍ଡ, ରେଳଷ୍ଟେସନ, ମନ୍ଦିର ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ  ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମକୁ ଲୋକାର୍ପିତ କରିଥିଲେ ଅପରାଜିତା ଷଡ଼ଙ୍ଗୀ । ବିଏମସିର ବିଜ୍ଞପ୍ତି ପରେ 1ଟଙ୍କାରେ ଖାଦ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ।