Latest Odisha News

BREAKING NEWS

କବିତା:ବାଜିଗର

ରମାକାନ୍ତ ସାମନ୍ତରାୟ

ଆଜି କିଛି ବି ହେଇପାରେ
ମୋ ହାତ ଅଙ୍କା ଫୁଲରେ ଆସି
ବସିପାରେ ପ୍ରଜାପତି,
ମୋ ହାତ ଲେଖା କବିତା ଖାତାରେ ଲେଖା
ହଳଦି ବସନ୍ତ ଡେଣା ଝାଡ଼ି ଉଡ଼ି ଯାଇପାରେ
ବାଡ଼ି ପଛର ଆମ୍ବ ଗଛକୁ,
ଯାଉଛି
ମୁଁ ଚେଇଁ ଚେଇଁ ଶୋଇପଡ଼ିବି ନିଦରେ ।

ଚା’ କପ୍ ରେ ମାଛି
ମଶା ବାଁ ଗାଲରେ
ନିଶାରେ ଟୁଳୁଟୁଳୁ ମୁଁ
ଏବେ ବସି ପଡ଼ିଛି ଚକା ପାରି ତମରି ସ୍ୱପ୍ନରେ ।

ଗୋଟିଏ କବାଟ ଖୋଲିଲେ
ଆଉ ଗୋଟିଏ କବାଟ,
ସେପଟେ ଅନ୍ଧାର ।
ଝରକା ଖୋଲିଲେ
ରାତିର ସବୁତକ ତାରାଙ୍କ ଚିତ୍ରିତ ଚାଦର ।
ଶୁଣ,
କାନ୍ଥ ନଥିବା ନିବୁଜ ଘରେ
ମୁଁ ତୁମର ସେଇ ଚିହ୍ନା ବାଜିଗର ।

ମୋ ହାତ ମୁଠାରେ ହେଇ ଏବେ
ମୁଠାଏ ଶୁଖିଲା ପବନ,
ଦେଖ!
ଏଠି ସେ ପବନ କେମିତି
ପାଲଟୁଛି ଜୀବନ ।

ଫୋନ୍- ୦୯୮୬୧୧୨୪୧୭୩

Leave A Reply

Your email address will not be published.