ଭୋପାଲ: ରକ୍ଷକ ସାଜିଲା ଭକ୍ଷକ । କ୍ୟାମେରାରେ କଏଦ୍ ହେଲା ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ କାରନାମା । ନିଜ ପତ୍ନୀଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ଜଣେ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ । ଏତିକିରେ ରାଗ ଶାନ୍ତ ହେଉନି ତାଙ୍କର, ତଳେ ପକାଇ ନିଜ ସ୍ତ୍ରୀର ମୁଣ୍ଡକୁ କଚାଡି ମଧ୍ୟ ଦେଉଛନ୍ତି । ଯତେ ଅଟକାଇଲେ ମଧ୍ୟ କିଛି ଶୁଣୁ ନାହାନ୍ତି । ମଧ୍ୟପ୍ରଦେଶ ଭୋପାଲର ସ୍ୱତନ୍ତ୍ର ପୋଲିସ ଡିଜିଙ୍କ ଏଭଳି କାରନାମାର ଏକ ଭିଡିଓ ଏବେ ସୋସିଆଲ ଭିଡିଆରେ ଭାଇରାଲ ହୋଇଛି ।
ମଧ୍ୟ ପ୍ରଦେଶରେ ଡିଜିପି ସ୍ଥରର ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପତ୍ନୀ ଆଉ ଜଣେ ମହିଳାଙ୍କ ଘରୁ ଧରିଥିଲେ । ଏହାପରେ ପୁରୁଷୋତ୍ତମ ଶର୍ମା ନିଜ ପତ୍ନୀଙ୍କୁ ମାରପିଟ କରିଥିଲେ । ଅଧିକାରୀଙ୍କ ପୁତ୍ର ଗୌତମ ଶର୍ମା ଉଭୟ ଘଟଣାର ଭିଡିଓ ଗୃହମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ପଠାଇ ପିତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଗୁହାରି କରିଛନ୍ତି । ପିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜ୍ଜୁ ହୋଇନାହିଁ । କିନ୍ତୁ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓ ଗୃହମନ୍ତ୍ରୀ ସ୍ଥର ଯାଏଁ ପହଞ୍ଚିବା ପରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି ।
ଏହି ମାମଲାରେ ପୁରୁଷୋତ୍ତମ ଶର୍ମା କହିଛନ୍ତି ଯେ ସେ ମାରପିଟ ଅଭିଯୋଗକୁ ସ୍ୱୀକାର କରୁଛନ୍ତି । ଏହି ମାମଲାରେ ସରକାର ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ବି ସେ ସ୍ୱୀକାର କରିବେ । ସେ ଆହୁରି କହିଛନ୍ତି ଯେ ଏହା ତାଙ୍କର ପାରିବାରିକ ମାମଲା ଏବଂ ନିଜ ପତ୍ନୀ ସହ ସମ୍ପର୍କକୁ ନେଇ ସେ କ୍ଷୁବ୍ଧ । ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗତ ୧୨ ବର୍ଷ ହେଲା ଝଗଡା ଚାଲିଛି । ଉଭୟ ଗୋଟିଏ ଛାତ ତଳେ ରହୁଥିଲେଏ ବି ଅଲଗା ଅଲଗା କୋଠରୀରେ ରୁହନ୍ତି ।
Comments are closed.