Latest Odisha News

BREAKING NEWS

କିମ୍ବଦନ୍ତୀ ଗାୟିକା ଲତା ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ ; କ’ଣ ଲେଖିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଚାରିଆଡୁ ତାଙ୍କ ପାଖକୁ ଆଜି ଛୁଟୁଛି ଶୁଭେଚ୍ଛାର ସୁଅ ।

ଅନ୍ୟ ମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇ ମୋଦି ଲେଖିଛନ୍ତି, ” ମୁଁ ଫୋନ ଜରିଆରେ କଥା ହୋଇ ଲତା ଦିଦି ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି । ତାଙ୍କ ସୁସ୍ଥ ,ନିରାମୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା ମଧ୍ୟ କରୁଛି । ଲତା ଦିଦି ଦେଶର ଘରେ ଘରେ ଏକ ପରିଚିତ ନାମ। ତାଙ୍କ ସ୍ନେହ ଓ ଭଲପାଇବାର ସାନିଧ୍ୟ ଲାଭ କରିଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି” ।

ଏହି କୋକିଳ କଣ୍ଠି ଗାୟିକା ଖୁବ କମ୍ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଧୀରେ ଧୀରେ ସେ ଭାରତବର୍ଷର କୋଇଲି ବୋଲି ମଧ୍ୟ ପରିଚୟ ପାଇଛନ୍ତି ।

Leave A Reply

Your email address will not be published.