Latest Odisha News

BREAKING NEWS

ଜନ୍ମଦିନରେ ବିଚାରପତିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଫସିଲେ ଓକିଲ

ଭୋପାଲ: ମଧ୍ୟପ୍ରଦେଶର ରତ୍ଲାମରେ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବିଚାରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଜେଲ୍‌ ଗଲେ ଓକିଲ। ସେ ଏବେ ଜେଲ୍‌ରେ ଅଛନ୍ତି। ଏହି ଓକିଲ ଜଣଙ୍କୁ ଫେବୃଆରୀ ୯ ତାରିଖରୁ ଆଇଟି ଆକ୍ଟ ଅନୁଯାୟୀ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି।

ଖବର ମୁତାବକ, ଉକ୍ତ ଓକିଲ ଜଣକ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଗତ ୨୮ ଜାନୁଆରୀ ରାତି ପ୍ରାୟ ୧.୧୧ ମିନିଟରେ ଇ-ମେଲ ଜରିଆରେ ଜନ୍ମ ଦିନ ଶୁଭେଚ୍ଛା ପଠାଇଥିଲେ। ଏହାପରେ ସ୍ପିଡ ପୋଷ୍ଟ କରିଥିଲେ।

ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ୩୭ ବର୍ଷୀୟ ବିଜୟ ସିଂ ଯାଦବ, ତାଙ୍କ ସମ୍ମତି ବିନା ତାଙ୍କ ଫେସବୁକ୍ ଆକାଉଣ୍ଟରୁ ଜେଏମଏଫସିର ଏକ ପ୍ରୋଫାଇଲ୍ ଫଟୋ ଡାଉନଲୋଡ୍ କରି ଏହାକୁ ଏକ ଅଶ୍ଳୀଳ ବାର୍ତ୍ତା ଦେଇ ତାଙ୍କୁ ପଠାଇଛନ୍ତି।

ଫେବୃଆରୀ ୮ ରେ ରତ୍ଲାମ ଜିଲ୍ଲା କୋର୍ଟର ସିଷ୍ଟମ ଅଧିକାରୀ ମହେନ୍ଦ୍ର ସିଂ ଚୌହାନଙ୍କ ଅଭିଯୋଗକୁ ଭିତ୍ତି କରି ଷ୍ଟେସନ ରୋଡ ପୋଲିସ ଷ୍ଟେସନରେ ପ୍ରତାରଣା, ଏବଂ ଜାଲିଆତି ଅଭିଯୋଗ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.