Latest Odisha News

BREAKING NEWS

ବିବାହ ପରେ ଶାଶୁ ଘରକୁ ନଯାଇ ଭୋଟ ଦେବାକୁ ପହଞ୍ଚିଲେ ନବ ଦମ୍ପତି, ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଆସିଲା ଏପରି ଦୃଶ୍ୟ

ଭୋପାଲ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇଛି । ଏମପିର ୨୯ଟି ଲୋକସଭା ଆସନରୁ ବାଲାଘାଟ ସଂସଦୀୟ କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବାଲାଘାଟ ସଂସଦୀୟ କ୍ଷେତ୍ରର ସମସ୍ତ ୨୩୨୨ ମତଦାନ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଛି ।

ଏଥର ନକ୍ସଲ ପ୍ରଭାବିତ ଅଞ୍ଚଳରେ ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ଦେଖାଦେଇଛି । ସକାଳୁ ସକାଳୁ ଏଠାକାର ସମସ୍ତ ମତଦାନ କେନ୍ଦ୍ରର ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକମୟ ଦୃଶ୍ୟ । ବିବାହ ପରେ ଶାଶୁ ଘରକୁ ନଯାଇ ସିଧାସଳଖ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ନବଦମ୍ପତି । ବାଲାଘାଟର ହଟ୍ଟା ଗାଁରୁ ଆସିଛି ଏପରି ଦୃଶ୍ୟ । ବିବାହ କରିସାରିବା ପରେ ଝିଅ ଶାଶୁ ଘରକୁ ନଯାଇ ବର କନ୍ୟା ଦୁହେଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଗଣତନ୍ତ୍ରର ଏହି ମହାନ ପର୍ବରେ ପ୍ରଥମେ ମତଦାନ ପରେ ଅନ୍ୟ ସବୁକିଛି ବୋଲି କହିଛନ୍ତି ଏହି ନବଦମ୍ପତି ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ୨୦୨୪ ରେ ବାଲାଘାଟରେ ଲୋକସଭା ଆସନରେ ତ୍ରିକୋଣୀୟ ମୁକାବିଲା ଦେକିବାକୁ ମିଳିଛି । ବିଜେପି ପାର୍ଥୀ ଭାବେ ମଇଦାନକୁ ଭାରତୀ ପାରଧୀ ଓହ୍ଲାଇଥିବା ବେଳେ କଂଗ୍ରେସ ତରଫରୁ ସମ୍ରଟ ଅଶୋକ ପଡିଆକୁ ଓହ୍ଲାଇଛନ୍ତି । ସେପଟେ ଏହି ଦୁଇ ଦଳକୁ ଟକ୍କର ଦେବାକୁ ମାୟାବତୀଙ୍କ ଦଳ ବିଏସପିରୁ କଙ୍କର ମୁଞ୍ଜାରେ ମଇଦାନକୁ ଓହ୍ଲାଇଛନ୍ତି । କହିରଖୁଛୁ ଯେ, ବାଲାଘାଟ ଲୋକସଭା ଆସନ ୧୯୯୮ ମସିହାରୁ ବିଜେପିର ଗଡ଼ ହୋଇ ଆସିଛି । ଗତ ୨୬ ବର୍ଷ ଧରି ଏହି ଆସନରେ ଶାସନ କରିଆସିଛି ବିଜେପି । ଏହାପୂର୍ବରୁ ଏଠାରେ କଂଗ୍ରେସ ଶାସନ କରୁଥିଲା । ୧୯୯୮ ପୂର୍ବରୁ ଲଗାତାର ୮ଥର ଏଠାରେ କଂଗ୍ରେସ ବିଜୟ ଲାଭ କରିଥିଲା ।

Leave A Reply

Your email address will not be published.