Latest Odisha News

BREAKING NEWS

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ମଧ୍ୟପ୍ରାଚ୍ୟର ଉତ୍ତେଜନା ଆହୁରି ବଢ଼ିବ। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଇରାନ ଚେତାବନୀ ଦେଇଥିଲା, ଇସ୍ରାଏଲ ପୁଣି ପଦକ୍ଷେପ ନେଲେ ପରିଣାମ ଭୟାବହ ହେବ । ଇରାନ ଓ ଇସ୍ରାଏଲର ଆକ୍ରମଣ- ପ୍ରତିଆକ୍ରମଣ ପରେ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟ ପ୍ରାଚ୍ୟର ବାକି ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି ।

ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

Leave A Reply

Your email address will not be published.