ଭୁବନେଶ୍ବର: ଆଜି ଓଡିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସେ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଥିବା ସୂଚନା ରହିଛି ।
ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍ ଜବାବ ଦିଆଯାଉ । ବିରୋଧୀ ଦଳ ନେତାଙ୍କର ଗରିମାମୟ ପଦରେ ରାହୁଲ ଗାନ୍ଧୀଙ୍କ ଭଳି ନେତା ବସିବା ଦେଶର ଦୁର୍ଭାଗ୍ୟ । ତେବେ କିଏ ମିଛ କହୁଛି ଆଉ କିଏ ସତ କହୁଛି ତାହା ସିସି ଟିଭି ଯାଞ୍ଚ ପରେ ହିଁ ସମସ୍ତ ଘଟଣା ସାମ୍ନାକୁ ଆସିବ ।
ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଡିସେମ୍ବର ୧୯ ତାରିଖ ଗୁରୁବାର ଦିନ ସଂସଦରେ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଠେଲା ପେଲା ହୋଇଥିଲା । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଠେଲି ଦେବାରୁ ପ୍ରତାପ ଷଡଙ୍ଗୀଙ୍କର ମୁଣ୍ଡ ଫାଟିଯାଇଥିବା ଅଭିଯୋଗ ହୋଇଥିଲା । ତେବେ ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି ।
Comments are closed.