ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି “କ୍ୟାପଟେନ ୭” ନାମକ ଏକ ଆନିମେଟେଡ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି।
ସିରିଜର ପ୍ରଥମ ସିଜନ୍, ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ରେ ଅଛି। ଏହି ସିରିଜ୍ ଧୋନିଙ୍କ ଉପରେ ଆଧାରିତ ହେବ ବୋଲି ନିର୍ମାତାମାନେ ଏକ ବିବୃତ୍ତିରେ କହିଛନ୍ତି।
ଟାଇଟଲ୍ ରେ ଥିବା ୭ ଅଙ୍କଟି ଧୋନିଙ୍କ ଜର୍ସି ନମ୍ବରକୁ ବୁଝାଉଛି।
ଏହି ପ୍ରୋଜେକ୍ଟ ମହେନ୍ଦ୍ର ସିଂ ଧୋନି ଏବଂ ପତ୍ନୀ ସାକ୍ଷୀ ସିଂ ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ଧୋନି ଏଣ୍ଟରଟେନମେଣ୍ଟ ପିଭି ଲିମିଟେଡ୍ ଏବଂ ବ୍ଲାକ୍ ହ୍ୱାଇଟ୍ ଅରେଞ୍ଜ ବ୍ରାଣ୍ଡସ୍ ଲିମିଟେଡ୍ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଛି।
ସୋ “ଆନିମେଟେଡ୍ ସ୍ପାଏ ୟୁନିଭର୍ସ” ଏହାର ପ୍ରଥମ ସିଜନ୍ ୨୦୨୨ ଲଞ୍ଚ୍ କରିବ।
“ଏହାର କାହାଣୀ ବହୁତ ଭଲ। ଏହା କ୍ରିକେଟ୍ ସହିତ ମୋର ଅନ୍ୟ ଉତ୍ସାହକୁ ଜୀବନ୍ତ କରିବ ବୋଲି ମହେନ୍ଦ୍ର ସିଂ ଧୋନି କହିଛନ୍ତି।
Comments are closed.