Latest Odisha News

BREAKING NEWS

କିମିଆ କଲା ଡ୍ରାଇଭର ପ୍ରେମ, ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଯୋଗାଡ କରିଥିଲା ସୁପାରି କିଲର

ଭୁବନେଶ୍ୱର: ଅନୈତିକ ସମ୍ପର୍କର ଦୟନୀୟ ଚିତ୍ର। ଫିଟିଛି ଡ୍ରାଇଭର ପ୍ରେମରେ ପାଗଳ ପତ୍ନୀର ହତ୍ୟା ଷଡଯନ୍ତ୍ରର ଗୁମର। ମଞ୍ଚେଶ୍ୱର ରେଲୱେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ହୋଇଛି ଗିରଫ। ତାଳଚେରର ହାତତୋଟାର‌ ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।

ପୋଲିସର ସୂଚନା ମୁତାବକ ରେଲୱେ ଇଜିନିୟରଙ୍କ ଘରେ ଡ୍ରାଇଭର କାମ କରୁଥିଲେ ଅଶୋକ। ଦୀର୍ଘଦିନ ଧରି ଇଞ୍ଜିନିୟରଙ୍କ ଘରକୁ ଯିବା ଆସିବା କରୁଥିଲେ ଡ୍ରାଇଭର।ହେଲେ ଇଂଜିନିୟରଙ୍କ ହଠତ ପୁରୀକୁ ବଦଳି‌ ହେବା ପରେ ଘରେ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ ରେଲୱେ ଇଞ୍ଜିନିୟର। ଏହାର‌ ମୌକାରେ ଇଂଜିନିୟରଙ୍କ ପତ୍ନୀଙ୍କ ସହ ଭାବ ବଢାଇଥିଲେ ଡ୍ରାଇଭର ଅଶୋକ। ଏପରିକି ଅନୈତିକ ସମ୍ପର୍କ ରଖିବା ସହ ଡ୍ରାଇଭରଙ୍କ ପ୍ରେମରେ ପାଗଳ ଥିଲେ ଇଞ୍ଜିଜିନିୟରଙ୍କ ପତ୍ନୀ ଜଣକ।

ଏନେଇ ଜାଣିବାକୁ ପାଇଥିଲେ ଇଞ୍ଜିନିୟର । ଏହାପରେ ସେ ପତ୍ନୀଙ୍କୁ ତାଗିଦ କରିଥିଲେ। ଏଥିପାଇଁ ପରିବାରେ ସୃଷ୍ଟି ହେଉଥିଲା ବିବାଦ ଓ ଲାଗି ରହୁଥିଲା ପାରିବାରିକ କଳହ।  ଏନେଇ ପତ୍ନୀ ଇଞ୍ଜିନିୟର ସ୍ୱାମୀକୁ ରାସ୍ତାରୁ ହଟାଇବା ରଚିଥିଲେ ମର୍ଡର ପ୍ଲାନ। ଏନେଇ ଠିକ୍ କରିଥିଲେ ସୁପରୀ କିଲର ଜିତେନ୍ଦ୍ର ପ୍ରଧାନ।

ଗତ ୧୬ତାରିଖରେ ଇଞ୍ଜିନିୟର ଜଣକ ସଂଧ୍ୟା ସମୟରେ ଚାଲିବାକୁ ଯାଇଥିବାବେଳେ ବେଳେ ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଡ୍ରାଇଭର ଅଶୋକଙ୍କ ସହ ସୁପାରି କିଲର ଜିତେନ୍ଦ୍ରଙ୍କ ଓ ତାଙ୍କର କିଛି ସହଯୋଗୀ । ଲୁହା ରଡ ଏବଂ ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ । କିନ୍ତୁ କୌଣସିମତେ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ ଇଞ୍ଜିନିୟର ଜଣଙ୍କ । ପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ଶେଷରେ ତଦନ୍ତ କରି ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା ଚଳାଇଛି ପୋଲିସ।

Leave A Reply

Your email address will not be published.