Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୬

BjdElectrycity

ପରିବେଶ ଭାରି ଗମ୍ଭୀର ।

ମ୍ୟାଡ଼ମ୍‌? ମ୍ୟାଡ଼ମ୍ ଉପରେ ତ?

ଝିଅଟି ନୀରବ ।

ସେ ଚାହିଁଲା ସମସ୍ତକୁ । ସମସ୍ତେ ଚୁପ୍ । ଯେମିତି କଌ୰୩୯;ଣ ଗୋଟେ ଭୁଲ୍‌ କରି ଧରାପଡିଯାଇଛନ୍ତି, ସେମିତି । କାହା ମୁହଁରେ ହରସ ନାହିଁ । ଭୟର ବାତାବରଣ ଛାଇ ଯାଇଛି । ସେମାନଙ୍କ ମୁହଁର ଭାବକୁ ପଢ଼ି ବୁଝିବାକୁ ତା’ର ଆଉ ପେସେନ୍ସ ରହିଲା ନାହିଁ । କେହି କିଛି କହୁ ନାହାନ୍ତି । ନ’ କୁହନ୍ତୁ । ସେ ସିଧା ଚାଲିଲା ଉପରକୁ ।

ବେଡ଼ରୁମ୍ ଦୂଆର ମେଲା । ଭିତରେ କେହି ନାହାନ୍ତି । ବାଲକୋନୀ ଚେୟାର ଫାଙ୍କା, ଦୋଳି ଫାଙ୍କା ।

ସେ ଆରାଧ୍ୟା ଉଦ୍ଦେଶ୍ୟରେ ଦୁଇ ତିନି ଥର ଡାକିଲା । ତା ପାଟି ଶୁଣି ଝିଅଟି ଧିରେଧିରେ ଆସି ଦୂଆର ବାହାରେ କାକୁସ୍ଥ ହେଇ
ଚାହିଁ ରହିଲା ।

ମା କାହାନ୍ତି?

କୁମାର ସାରଙ୍କର ବ୍ୟସ୍ତତା ଓ ଉଚ୍ଚ ସ୍ୱର ଶୁଣି ଝିଅଟି ଭୟ ପାଇଗଲା ।

କ’ଣ କହିବ କହିବ ହେଇ, କିଛି କହିପାରିଲା ନାହିଁ ।

ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଲାଗିଲାରୁ, କୁମାର ବିରକ୍ତ ହେଇ ଚିଡି ଉଠିଲା ।

ସେତେବେଳୁ ପଚାରୁଛି ପରା.. କ’ଣ ଚୁପ୍ ରହୁଛୁ? ତାଗିଦ୍‌ କଲା ପରି ପ୍ରଶ୍ନରେ ଝିଅଟି ଆହୁରି ଡ଼ରିଗଲା । କାନ୍ଦକାନ୍ଦ ହେଇ,
ପର୍ଦ୍ଦା ଆଢୁଆଳକୁ ଘୁଞ୍ଚି ଯାଇ ମୁହଁ ପୋତିକହିଲା “ବାବୁ …ମା ଚାଲିଗଲେ ।”

ଚାଲିଗଲେ ମାନେ?

ସକାଳୁ ସକାଳୁ ବ୍ୟାଗ୍ ଧରି ମା କୁଆଡ଼େ ବାହାରି ଗଲେ ।

ବାହାରି ଗଲେ! ବ୍ୟାଗ୍ ଧରି! କୁଆଡେ?

ତା’ ଅବସ୍ଥା ଦେଖି କୁମାର ନିଜକୁ ସଂଜତ କଲା । ଉତ୍ତେଜନାକୁ ନିଜ ଭିତରେ ଚାପି ରଖି, ଶାନ୍ତ ଭାବରେ ପଚାରିଲା ।

ଶୁଣୁ , ତୁ ଠିକ୍‌ରେ ସବୁ କହ । ଡରିବାର କିଛି ନାହିଁ, ଯାହା ହେଇଛି ଗୋଟିଗୋଟି କାରି ସବୁ କହ । ମା’ କେତେବେଳେ ଗଲେ?

କୁଆଡେ ଗଲେ? କିଛି କହିଛନ୍ତି କି?

କାଲିରାତିରେ ମା’ ଙ୍କ ପାଇଁ ଖାଇବା ବାଢ଼ି ଦେଇ ମୁଁ ଶୋଇବାକୁ ଚାଲିଗଲି । ସକାଳୁ ଝାଡୁ କରିବାକୁ ଆସିଲାବେଳକୁ ମା’ ବେଡ଼ରୁମ୍‌ରେ ନଥିଲେ । ଭାବିଲି ଏଇଠି କୋଉଠି ଥିବେ । ଡାଇନିଂ ଉପରେ ଖାଇବା ସେମିତି ରହିଥିଲା । ମୁଁ ଘର ସଫା କରିବାକୁ ଉପରକୁ ଗଲି । ମା’ ;ଷ୍ଟଡି ରୁମ୍‌ରେ ଥିଲେ । ସାରାରାତି ଅନିଦ୍ରା ପରି ଲାଗୁଥିଲେ । ଆଖି ଫୁଲି ଡିମାଡିମା । । ସେ ଭାରି ବ୍ୟସ୍ତ ଜଣାପଡୁଥିଲେ ।

 

କ୍ରମଶଃ

Leave A Reply

Your email address will not be published.