Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବିଶାଖାପାଟଣା-କୋରାପୁଟର ସ୍ପେଶାଲ ପାସେଞ୍ଜର କରିବେ ଉଦଘାଟନ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରେଳ, କମ୍ୟୁନିକେସନ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସମୀକ୍ଷା କରିବେ ଅଶ୍ୱିନୀ । ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଉଦଘାଟନ କରିବେ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ସମୀକ୍ଷା କରିବେ ।

ଏହା ସହିତ ମାଲକାନଗିରି ମୁଖ୍ୟ ଡାକ ଘର ଠାରେ ଅଁଳା ଉପ-ଡାକଘର ଉଦଘାଟନ କରିବେ । ଜିଲ୍ଲାର ବିଧାୟକ, ସାଂସଦ, ଜିଲ୍ଲା ଅଧିକାରୀ ଏବଂ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଡିଆରଡିଏ କାର୍ଯ୍ୟାଳୟରେ ବୈଠକ କରିବେ ।

ଶୁକ୍ରବାର ଆରମ୍ଭ ହେବାକୁ ଥିବା ସ୍ପେଶାଲ ଟ୍ରେନ୍ ଅପରାହ୍ନ ୪ଟାରେ ଉଦଘାଟନ ହେବ । କିନ୍ତୁ ଦୈନିକ ଯାତ୍ରା ବିଶାଖାପାଟଣାରୁ ସକାଳ ୬.୩୦ରୁ ବାହାରିବ । ଏବଂ କୋରାପୁଟରୁ ସକାଳ ୮.୧୦ରେ ବିଶାଖାପାଟଣା ଅଭିମୁଖେ ବାହାରିବ ।

Leave A Reply

Your email address will not be published.