Latest Odisha News

BREAKING NEWS

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।

ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌ ପ୍ରତିଷ୍ଠାତା ଶିବ ନାଦର ତୃତୀୟ ସ୍ଥାନରେ ରହିଛନ୍ତି।

ରାଧାକୃଷ୍ଣ ଦମାନି ଚତୁର୍ଥ, ହିନ୍ଦୁଜା ଭ୍ରାତା ପଞ୍ଚମ,  ସାଇରସ୍‌ ପୁନାୱାଲା ଷଷ୍ଠ, ପାଲୋଞ୍ଜି ମିସ୍ତ୍ରୀ ସପ୍ତମ, ଉଦୟ କୋଟାକ୍‌ ଅଷ୍ଟମ, ଗୋଦରେଜ୍‌ ପରିବାର ନବମ ଏବଂ ଲକ୍ଷ୍ମୀ ନିବାସ ମିତ୍ତଲ ଦଶମ ସ୍ଥାନରେ ରହିଛନ୍ତି।

Comments are closed.