Latest Odisha News

BREAKING NEWS

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ ବିଲିୟନାୟାରର୍ସ ଇଣ୍ଡେକ୍ସରେ ରିପୋର୍ଟ ପ୍ରକାଶିତ ହୋଇଛି ।

ସେ ଓରାକଲ୍ କର୍ପୋରେସନରର ଲ୍ୟାରି ଏଲିସନ ଏବଂ ଫ୍ରାନ୍ସର ଧନୀକ ତଥା ପ୍ରଭାବଶାଳୀ ମହିଳା ଫ୍ରାଙ୍କୋଇଜ୍ ବେଟେନକୋଟଙ୍କୁ ପଛରେ ପକାଇ ତାଲିକାର ୯ମ ସ୍ଥାନରେ ସ୍ଥାନିତ ହୋଇପାରିଛନ୍ତି ।

ରିଲାଏନ୍ସର ୪୨ ପ୍ରତିଶତ ଅଂଶ ମୁକେଶଙ୍କ ମାଲିକାନାସତ୍ତ୍ୱରେ ରହିଛି । ମୁକେଶ ଜିଓ ପ୍ଲାଟଫର୍ମରେ ଧାର୍ଯ୍ୟ କରିଥିବା ୨୦୨୧ ମାର୍ଚ୍ଚର ଟାର୍ଗେଟ୍ ପୂର୍ବରୁ ଏହାକୁ ଋଣମୁକ୍ତ କରି ପୁଞ୍ଜିନିବେଶରେ ଉପକୃତ ହୋଇପାରିଛନ୍ତି ।

Leave A Reply

Your email address will not be published.