Latest Odisha News

BREAKING NEWS

ରାଜଧାନୀରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୁବଶୀଘ୍ର ୨୦୦ ଛୁଇଁବ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଗତ ୧୦ ତାରିଖ ଦିନ ଉତ୍ତର ପ୍ରଦେଶରୁ ଆସିଥିଲେ ।

ସେମାନେ ସମସ୍ତେ ପୁରୁଷ ଏବଂ ମଂଚେଶ୍ୱର ଶିଳ୍ପାଂଚଳରେ କାମ କରନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ୨୭ ବର୍ଷିୟ ଯୁବକ ମଧ୍ୟ ମଂଚେଶ୍ୱର ଶିଳ୍ପାଂଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ସେ କିଛି ଦିନ ତଳେ ସେ ପଶ୍ଚିମବଙ୍ଗରୁ ଆସିଥିଲେ ।

ସେହିପରି ୩୩ ବର୍ଷିୟ ଜଣେ ଆକ୍ରାନ୍ତ ମଧ୍ୟ ପଶ୍ଚିମବଙ୍ଗର ଏବଂ ସେ ବାଣୀବିହାର ଅଂଚଳରେ ନିର୍ମାଣ କାମରେ ନିୟୋଜିତ ଥିଲେ । ଅନ୍ୟ ୩ ଜଣ ଆକ୍ରାନ୍ତ ରେଳବାଇର କର୍ମଚାରୀ ଏବଂ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

ଆଜିର ୧୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଁଚିଛି । ୯୩ ଜଣ ସୁସ୍ଥ ହୋଇଥିବା ବେଳେ ୯୯ ଜଣଙ୍କ ଚିକିତ୍ସା ଚାଲିଛି । ୩ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.