Latest Odisha News

BREAKING NEWS

ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…

ଗୋରଖପୁର: ବିଜେପି ସାଂସଦ ରବି କିଶନଙ୍କ ବହୁ ପ୍ରତୀକ୍ଷିତ ଭୋଜପୁରୀ ଚଳଚ୍ଚିତ୍ର ‘ମହାଦେବ କା ଗୋରଖପୁର’ ଆଜି ମୁକ୍ତିଲାଭ କରିଛି । ଆମେରିକା ମରିସସ୍ ସମେତ ପାନ୍ ଇଣ୍ଡିଆର ୧୫୦ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ନେଇ ରବି କିଶନ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଚଳଚ୍ଚିତ୍ର ‘ମହାଦେବ କା ଗୋରଖପୁର’ର ସଫଳତା ପାଇଁ ସେ ତାଙ୍କ ପତ୍ନୀ ପ୍ରୀତି ଶୁକ୍ଲାଙ୍କ ସହ ଗୋରଖପୁରର ମହାଦେବ ଝାଡଖଣ୍ଡୀ ମନ୍ଦିରରେ ପହଞ୍ଚି ରୁଦ୍ରଭିଷେକ କରିଥିଲେ। ସେତେବେଳେ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ‘ହର ହର ମହାଦେବ’ କହି ଚୁପ୍ ରହିଥିଲେ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋରଖପୁରର ବିଜେପି ସାଂସଦ ରବି କିଷାନ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ମହାଦେବ ଝାଡଖଣ୍ଡୀ ମନ୍ଦିରରେ ରୁଦ୍ରଭିଷେକ କରିବା ବେଳେ ରବି କିଶାନ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ପଚରାଯାଇଥିବା ପ୍ରଶ୍ନକୁ ରହସ୍ୟର ସହକାରେ ନେଇ ହର-ହର ମହାଦେବ କହି ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ । ସେ କହିଛନ୍ତି ଯେ, ଆଜି ମହାଦେବଙ୍କ ଦରବାରରେ ମୃତ୍ୟୁ ରହସ୍ୟ ପରି କଥାବାର୍ତ୍ତା କରନ୍ତୁ ନାହିଁ। ଏହା ପରେ ସେ ହର-ହର ମହାଦେବ କହି ସେଠାରୁ ଚାଲିଯାଇଥିଲେ ।

ସାଂସଦ ରବି କିଶାନ କହିଛନ୍ତି ଯେ, ଭୋଜପୁରୀ ଚଳଚ୍ଚିତ୍ରରେ ଲୋକମାନେ ଲଗାଇଥିବା ଅଶ୍ଳୀଳତାର କଳଙ୍କକୁ ଭୁଲ ପ୍ରମାଣ କରିବାକୁ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କର ପୁନର୍ଜନ୍ମ ହୋଇଛି । ସେ ପ୍ରଥମ ଭୂମିକାରେ ସାଧୁ ଏବଂ ଦ୍ୱିତୀୟ ଭୂମିକାରେ ଜଣେ ପୋଲିସ୍ ଅଧିକାରୀ ସହ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିକୁ ନେଇ ସେ ଲୋକମାନଙ୍କୁ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି ସନାତନ ଧର୍ମ ଏବଂ ସଂସ୍କୃତି ସହିତ ନିର୍ମିତ ହୋଇଛି ଯାହା ଶହ ଶହ ବର୍ଷ ପୂର୍ବେ ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିବା ମନ୍ଦିରର ସମାନ କାହାଣୀ ଉପରେ ଆଧାରିତ ।

 

Leave A Reply

Your email address will not be published.