Latest Odisha News

BREAKING NEWS

ମୁଲେଠୀ ଚା’ ଦୂର କରେ ଶରୀରର ଅନେକ ସମସ୍ୟା !

ଭୁବନେଶ୍ବର: ମୁଲେଠୀକୁ ଆୟୁର୍ବେଦରେ ଅତ୍ୟନ୍ତ ଉପକାରୀ ଔଷଧ ଭାବରେ ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ କେବେ ମୁଲେଠୀ ଚା ’ ପିଇଛନ୍ତି କି? ଏହାର ଚା’ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ଲିଭର, ଦାନ୍ତ ମାଢି ସଂକ୍ରମଣ, ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଏହି ମୁଲେଠୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି । ଏହା ବ୍ୟତୀତ କ୍ୟାଲସିୟମ, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଭିଟାମିନ୍-ଏ,ଇ, ଆଇରନ୍, ପୋଟାସିୟମ୍, ଫସଫରସ୍, ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ରିହିଛି ।

ତେବେ ଆସନ୍ତୁ ଜାଣିବା ମୁଲେଠୀ ଚା’ର ଉପକାରିତା ବିଷୟରେ..

– ମୁଲେଠୀ ଚା’ରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଦାନ୍ତରେ ଥିବା ଜୀବାଣୁ ସହିତ ଲଢିବାରେ ସକ୍ଷମ ହୋଇଥାଏ । ଫଳରେ ଏହାର ସେବନ ଦ୍ବାରା ଦାନ୍ତ ମାଢି ସଂକ୍ରମଣ ସମସ୍ୟା ଦୂର ହୋଇଥାଏ ।

– ଏହି ଚା’ରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

-ଯଦି ଆପଣ ଥଣ୍ଡା ଏବଂ କାଶରେ ପୀଡିତ, ତେବେ ଆପଣ ମୁଲେଠୀ ଚା ’ ସେବନ କରନ୍ତୁ । ଏହି ଚା ପିଇବା ଦ୍ୱାରା କାଶ, ଗଳା ଯନ୍ତ୍ରଣା କମ୍ ହୋଇଥାଏ ।

-ମୁଲେଠୀ ଚା’ରେ ରକ୍ତ ବିଶୋଧନ ଗୁଣ ମଧ୍ୟ ଥାଏ, ଯାହା ରକ୍ତକୁ ଶୁଦ୍ଧ କରିଥାଏ, ଯେଉଁ କାରଣରୁ ଚର୍ମ ଓ କେଶ ମଧ୍ୟ ସୁସ୍ଥ ଏବଂ ସୁନ୍ଦର ରହିଥାଏ ।

– ଏଥିସହ ଏହି ଚା’ ଶରୀରରେ ବାତ ଏବଂ ପିତ ଦୋଷକୁ ହ୍ରାସ କରିଥାଏ । ଶ୍ୱାସକ୍ରିୟା ସଂକ୍ରମଣର ଚିକିତ୍ସା ଓ ଯକୃତ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଆରାମ ପ୍ରଦାନ କରିଥାଏ ।

-ହଜମ ଶକ୍ତି ବଢାଇବା ପାଇଁ ଏହି ଚା’ ପିଅନ୍ତୁ । ଆହୁରି ମଧ୍ୟ ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିଥାଏ ।

ତେବେ ଏହି ମୁଲେଠୀ ଚା’ କିପରି ପ୍ରସ୍ତୁତ କରିବେ ..

ମୁଲେଠୀ ଚା ’ପ୍ରସ୍ତୁତ କରିବାକୁ ଏକରୁ ପାଞ୍ଚ ଗ୍ରାମ ମୁଲେଠୀ ପାଉଡର ନିଅନ୍ତୁ । ଏହାକୁ ଏକ କପ୍ ପାଣିରେ ଭଲ ଭାବରେ ଫୁଟାନ୍ତୁ । ଏହା ପରେ ସେଥିରେ ଟିକେ ହଳଦୀ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଛାଣି ଦିଅନ୍ତୁ । ବର୍ତ୍ତମାନ ଏହାକୁ ସେବନ କରନ୍ତୁ ।

 

Comments are closed.