ଭୁବନେଶ୍ବର: ଧନ ପ୍ରାପ୍ତିର ଇଚ୍ଛା କାହାର ଅବା ନଥାଏ । ସେଥିପାଇଁ ପରିଶ୍ରମ କରିବାକୁ ପଡେ ।କିନ୍ତୁ ବେଳେ ବେଳେ ଅଧିକ ଧନ ପ୍ରାପ୍ତ ହେଉଥିଲେ ବି ଘରେ ଅର୍ଥ ରହେ ନାହିଁ । ବାସ୍ତୁଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଜୀବନକୁ ସରଳ କରି ଦେଇଥାଏ । କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ।
– ଉତ୍ତର ଦିଗରେ ଟଙ୍କା ରଖିବା ଭଲ । ଲକର୍, ଟ୍ରେଜେରୀ ଅଥବା ଆଲମାରୀକୁ ଉତ୍ତରରେ ରଖିବା ଶୁଭ ହୋଇଥାଏ। କାରଣ ଧନର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ।
-ମନିପର୍ସରେ ଅଖଣ୍ଡିତ ୨୧ଟି ଅରୁଆ ଚାଉଳ ରଖିଲେ ପର୍ସରେ ସବୁବେଳେ ପଇସା ରହିଥାଏ ବୋଲି ବିଶ୍ୱାସ ରହିଛି।
-ମା ଲକ୍ଷ୍ମୀଙ୍କୁ ଧନର ଦେବୀ । ତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏରୁଣ୍ଡି ବନ୍ଧକୁ ପୂଜା କରିବା ଦ୍ବାରା ଶୁଭଫଳ ମିଳେ ।
-ଲକର୍ କିମ୍ବା ଆଲମାରୀର ଠିକ୍ ସାମ୍ନାରେ ଦର୍ପଣକୁ ଏମିତି ରଖନ୍ତୁ, ଯେମିତି ଆଲମାରୀର ଛବି ଭଲଭାବେ ପ୍ରତିଫଳିତ ହେଉଥିବ। ଏହା ଦ୍ବାରା ବି ଧନବୃଦ୍ଧି ହୋଇଥାଏ ।
-ମନିପର୍ସରେ ନୋଟ୍ ଟଙ୍କା ଓ ଖୁଚୁରା ଟଙ୍କାକୁ ଅଲଗା ଅଲଗା ରଖିବା ବି ଧନବୃଦ୍ଧି ହୁଏ ।
– ବାସ୍ତୁ ଅନୁସାରେ ମୁଖ୍ୟଦ୍ୱାର ନିକଟରେ ନାଲି କପଡ଼ାରେ କିଛି କଏନ୍ ବାନ୍ଧି ଟାଙ୍ଗିଲେ ଧନ ବୃଦ୍ଧି ହୋଇଥାଏ ।
-ବାଇଗଣୀ ରଙ୍ଗର କୁଣ୍ଡରେ ମନି ପ୍ଲାଣ୍ଟ ଗଛ ଲଗାଇବା ବି ଶୁଭଫଳ ମିଳେ ।
– ଘର ଏରୁଣ୍ଡି ବନ୍ଧ ଯେମିତି ଭାଙ୍ଗି ନଥାଏ କିମ୍ବା ଫାଟି ନଥାଏ ଧ୍ୟାନ ଦେବେ । ଫଟା ଭଙ୍ଗା ବନ୍ଧ ଥିଲେ ଧନକ୍ଷୟ ହୋଇଥାଏ ।
Comments are closed.