Latest Odisha News

ମେଘନାଦ ପାଚେରୀରେ ଫାଟ: ଶବ୍ଦ ଭେଦ କରିପାରୁନଥିଲା, ହେଲେ ପାଣି ଗଳୁଛି…

ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ  ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଏ ନାହିଁ । ହେଲେ ବିଡମ୍ବନାର ବିଷୟ ଯାହାକୁ ଶବ୍ଦ ଭେଦ କରିପାରିଲା ନାହିଁ, ତାକୁ ଆଜି ପାଣି ଭେଦେଇ ଦେଇଛି । ସୁଦୀର୍ଘ ପାଚେରୀର ଠାବେ ଠାବେ ଫାଟ ସୃଷ୍ଟି ହୋଇ ପାଣି ଗଳୁଛି । ଏମିତିକି ଶିଉଲି ବି ମାଡିଗଲେଣି ।

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହେବା, ଏବେ ଚିନ୍ତାର କାରଣ ହୋଇଛି । ସ୍ଥାନୀୟ ଲୋକେ ଏବଂ ଭକ୍ତ ଏହାର ତୁରନ୍ତ ମରାମତି ଦାବି କରିଛନ୍ତି ।

ସେପଟେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତର କିଛି ଭୁଲ୍ କାମ ପାଇଁ ଭବିଷ୍ୟତରେ ପୁଣି ଭୁଲ୍ ହୁଏ ।  ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ । ଯେମିତି କିଛି ସମସ୍ୟା ହେବ ନାହିଁ ଏଥିପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି । ସେପଟେ ମେଘନାଦ ପାଚେରିରେ ଫାଟକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢୀ କହିଛନ୍ତି, ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସଆଇ ଏବଂ ଟେକ୍ନିକାଲ ଟିମ୍ ମଧ୍ୟ ଏହାର ସର୍ଭେ କରିଛନ୍ତି । ଏହାକୁ ଗୁରୁତ୍ବର ସହ ନେଇ ମରାମତି ବ୍ୟବସ୍ଥା କରିଯିବ ବୋଲି ସେ ମନ୍ତବ୍ୟ ରଖିଛନ୍ତି ।

Comments are closed.