Latest Odisha News

ମୁମ୍ବାଇ: ବିବାହ ସମାରୋହରେ ସିଲିଣ୍ଡର ଫାଟି ୨୦ ଜଣ ଆହତ

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ବିବାହ ସମାରୋହରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ହେତୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ସୂଚନାନୁସାରେ, ଗଣେଶ ଗଳିର ସାରଙ୍ଗ ବିଲଡିଂରେ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏଠାରେ ଏକ ବିବାହର ଆୟୋଜନ ହୋଇଥିଲା। ଏହି ସମୟ ମଧ୍ୟରେ ଖାଦ୍ୟ ରନ୍ଧା ଚାଲିଥିଲା।

ଖାଦ୍ୟ ରାନ୍ଧିବା ସମୟରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିବାର ସ୍ଥାନୀୟ ଲୋକ କହିଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକମାନେ ସେଠାରେ ଥିବା ରୋଷେୟାଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ସେମାନେ ଏହି ଅଭିଯୋଗ ପ୍ରତି ଧ୍ୟାନ ଦେଇନଥିଲେ। ଫଳରେ ଏଭଳି ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ପରେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ଅଗ୍ନିଶମ ବାହିନୀ ଏବଂ ଦୁଇଟି ଜମ୍ବୁ ଟ୍ୟାଙ୍କର୍ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି।

Comments are closed.