Latest Odisha News

BREAKING NEWS

ବିଚ୍ ରାସ୍ତାରେ ନିଶାସକ୍ତ ଯୁବତୀଙ୍କ ଯୋରଦାର ହଙ୍ଗାମା; ପୋଲିସ ଅଧିକାରୀଙ୍କ ଚୁଟି ଟାଣି କାମୁଡ଼ିଲେ

ମୁମ୍ବାଇ: ନିଶାସକ୍ତ ଅବସ୍ଥାରେ ହାଇ ଭୋଲଟେଜ୍ ଡ୍ରାମା କଲେ ଯୁବତୀ । ନିଶାରେ ଥାଇ ତିନି ଜଣ ଯୁବତୀ ଘଟାଇଲେ ତୁମୁଳକାଣ୍ଡ । ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କୁ ଗାଳିଗୁଲଜ କରି କାମୁଡିବା ସହ ଚୁଟି ଭିଡିଲେ ଓ ପୋଲିସ ବର୍ଦ୍ଦି ମଧ୍ୟ ଚିରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ସଟେବିରାର ସହରରେ ।

ଖବରମୁତାବକ, ବିରାର ପଶ୍ଚିମର ଗୋକୁଳ ଟାଉନସିପରେ ଏକ ରେସ୍ତୋରାଁ-ବାର ନିକଟରେ ଏହି ନିଶାସକ୍ତ ଯୁବତୀ ମାନେ ପାଟିତୁଣ୍ଡ କରି ହଙ୍ଗାମା କରୁଥିବା ପୋଲିସ ସୂଚନା ପାଇଥିଲା । ଏହା ପରେ ମହିଳା ପୋଲିସ ଅଧିକାରୀ ଉତ୍କଳ ଭଞ୍ଜରୀ ଅନ୍ୟ ପୋଲିସ ଅଧିକାରୀ ଏବଂ କନଷ୍ଟେବଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।

ହେଲେ ଯୁବତୀ ମାନେ କିଛି ଶୁଣିବା ପରିବର୍ତ୍ତେ ପୋଲିସ କୁ ଟଣାଓଟରା କରିଥିଲେ । ପୋଲିସ ଅଧିକାରୀଙ୍କ ସାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ । ଏହାସହ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଚୁଟି ଟଣାଓଟରା କରିଥିଲେ । ଅସମ୍ଭାଳ ପରିସ୍ଥିତି ହେବାରୁ ପୋଲିସ ଉକ୍ତ ତିନି ଜଣ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଛି ।

Leave A Reply

Your email address will not be published.