Latest Odisha News

BREAKING NEWS

ଦିଲ୍ଲୀ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଜରିମାନା

ଚେନ୍ନାଇ: ଆଇପିଏଲର ୧୩ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି । ଏହି ରୋମାଞ୍ଚକର ବିଜୟ ସହ ଦିଲ୍ଲୀ ଗତ ଚାମ୍ପିୟନ୍ ଟିମ୍ ବିପକ୍ଷରେ ଲଗାତାର ପାଞ୍ଚଥର ହାରିବା ପରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ଋଷବ ପନ୍ତଙ୍କ ଟିମ୍ ୫ଟି ବଲ୍ ବାକିଥାଇ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଆଉ ଏକ ଝଟକା ଲାଗିଛି । ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗା ଯାଇଛି । ସ୍ଲୋ ଓଭର୍ ରେଟ୍ ପାଇଁ ରୋହିତଙ୍କ ଉପରେ ଏହି ଜରିମାନା ଲାଗିଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମୁମ୍ବାଇ ବୋଲିଂ କରିପାରି ନଥିଲା । ଚଳିତ ଆଇପିଏଲ୍ ସିଜିନରେ ପ୍ରଥମଥର ଲାଗି ମୁମ୍ବାଇକୁ ଫାଇନ୍ କରାଯାଇଛି । ବିସିସିଆଇ ନିୟମ ମୁତାବକ, ପ୍ରତିଟି ଟିମ୍ ୯୦ ମିନିଟ୍ ମଧ୍ୟରେ ୨୦ ଓଭରର ବୋଲିଂ ସାରିବେ ।

Leave A Reply

Your email address will not be published.