Latest Odisha News

BREAKING NEWS

ରାଜ୍ୟରୁ ୪ ହଜାର ୮୫୧ ନୂଆ ସଂକ୍ରମିତ ଚିହ୍ନଟ, ୫ ଜିଲ୍ଲାରେ ୩ ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢ଼ୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୮୧୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୩୭ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଦୈନିକ ସଂକ୍ରମଣ ମାମଲାରେ ସବୁଠୁ ଆଗରେ ଖୋର୍ଦ୍ଧା ଜିଲ୍ଲା ଥିବାବେଳେ ଦ୍ୱିତୀୟରେ ସୁନ୍ଦରଗଡ଼, ତୃତୀୟରେ ନୂଆପଡ଼ା ଜିଲ୍ଲା ରହିଛି ।

ବିଗତ ୨୪ ଘଣ୍ଟାରେ ଅନୁଗୁଳରୁ ୧୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୨, ବରଗଡ଼ରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗିରରୁ ୨୨୭, ବୌଦ୍ଧରୁ ୨୨. କଟକରୁ ୩୦୪, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬, ଖୋର୍ଦ୍ଧାରୁ ୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୬୨, ମାଲକାନଗିରିରୁ ୩୧, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୪୮୬, ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୧୬ ଏବଂ ଷ୍ଟେଟପୁଲରୁ ୧୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫କୁ ବୃଦ୍ଧି ପାଇଥିବା ବେଳେ ଏବେ ୩୦ ହଜାର ୯୨୭ ସକ୍ରିୟ ସଂକ୍ରମଣ ମାମଲା ରହିଛି । ସେହିଭଳି କରୋନାକୁ ମାତ୍ ଦେଇଛନ୍ତି ୩ ଲକ୍ଷ ୪୯ ହଜାର ୩୭୭ ଜଣ ।

Leave A Reply

Your email address will not be published.