Latest Odisha News

ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ସହର ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଯାଇଛି ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ସ୍କୁଲ, କଲେଜ ଆଗାମୀ ନିର୍ଦ୍ଦେଶ ଜାରି ହେବା ଯାଏ ବନ୍ଦ ରହିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ ଯାତାୟାତା ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇଛି।

ତେବେ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ଅପେକ୍ଷା ମୁମ୍ବାଇର ବାୟୁ ଅଧିକ ବିଷାକ୍ତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ବାଇର ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୪୫ ପଏଣ୍ଟରେ ପହଞ୍ଚିଛି। ସୋମବାର ଦିନ ଦିଲ୍ଲୀରେ ବାୟୁ ଗୁଣବତ୍ତା ୩୩୧ ଥିବାବେଳେ ମୁମ୍ବାଇର କୋଲାବାରେ ବାୟୁ ସର୍ବାଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି।

Comments are closed.