Latest Odisha News

BREAKING NEWS

ଗୁଗଲରେ ସୁଶାନ୍ତ ସର୍ଚ୍ଚ କରିଥିଲେ ଯନ୍ତ୍ରଣାବିହୀନ ମୃତ୍ୟୁ!

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ମୁଖକୁ ଆସିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏ ନେଇ ଏକ ନୂତନ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲରେ ପେନଲେସ ଡେଥ(ଯନ୍ତ୍ରଣାବିହୀନ ମୃତ୍ୟୁ) ସର୍ଚ୍ଚ କରିଥିଲେ । ସେହିପରି ପୂର୍ବଦିନ ସେହି ଘରେ କୌଣସି ପାର୍ଟି ହୋଇ ନ ଥିବା ମଧ୍ୟ ସ୍ପଷ୍ଟ କରାଯାଇଛି। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ ମୁମ୍ବାଇ ପୋଲିସ ୫୬ ଲୋକଙ୍କ ବୟାନ ରୁଜୁ କରି ସାରିଛି। ଲ୍ୟାପଟପ ଓ ଫୋନରୁ ଜଣାପଡିଛି ଯେ, ସୁଶାନ୍ତ ତାଙ୍କ ଓକିଲଙ୍କୁ ଦିଶା ସାଲିୟନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ କହିଥିଲେ ।

ପୋଲିସ ତାଙ୍କ ଆକଂଉଟରୁ ଖର୍ଚ୍ଚ ହୋଇଥିବା ଟଙ୍କା ବିଷୟରେ ସଠିକ୍ ତଥ୍ୟ ପାଇ ନାହିଁ ବୋଲି କହିଛି । ତେବେ ମୁମ୍ବାଇ ପୋଲିସର ସନ୍ଦେହଜନକ ପଦକ୍ଷେପ ଯୋଗୁ ବିହାର ପୋଲିସ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲା । ମାତ୍ର ବିହାର ପୋଲିସକୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।

Comments are closed.