Latest Odisha News

BREAKING NEWS

ସୁନ୍ଦରଗଡରେ ୧୫ ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୪୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫୫୭ରେ ପହଞ୍ଚିଛି ।

BjdElectrycity

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୨ଟି ସ୍ଥାନୀୟ ମାମଲା ରହିଛି । ଆଉ ୨୮ ଜଣଙ୍କୁ ଆକ୍ଟିଭ ସର୍ଭିଲାନ୍ସ ବେଳେ ଚିହ୍ନଟ କରାଯାଇଥିଲା ବେଳେ ୬ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଛତିଶଗଡ ଓ ଝାଡଖଣ୍ଡ ରହିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୬୨୮ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୧୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.