Latest Odisha News

BREAKING NEWS

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ ଲକଡାଉନ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଜରୁରୀ ସେବା ବ୍ୟତୀତ ସମସ୍ତ କାର୍ଯ୍ୟାଳୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇ, ପୁଣେ, ପିମ୍ପରୀ, ନାଗପୁର ଓ ଏମଏମଆର ରିଜନକୁ ମାର୍ଚ୍ଚ ୩୧ ଯାଏଁ ଲକଡାଉନ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ରାସନ ଓ ଔଷଧ ଦୋକାନ ଖୋଲା ରହିବ । ଏହାବ୍ୟତୀତ ଜରୁରୀ ସେବା ଜାରି ରହିବ । ସରକାର କହିଛନ୍ତି କି, ଆତଙ୍କିତ ହୁଅନ୍ତୁନି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନାବଶ୍ୟକ ସାମଗ୍ରୀ ଓ ମଦ ଦୋକାନ, ମଲ୍ ସମେତ ଅନେକ କାର୍ଯ୍ୟାଳୟ ବନ୍ଦ ରହିବ ।

Leave A Reply

Your email address will not be published.