Latest Odisha News

ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଅନୁସାରେ ଗୁରୁବାର ଦିନ ଆମେରିକାରେ ୧୦,୪୯୧ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୪ ବଢ଼ିଛି ଏବଂ ମୃତ୍ୟୁ ସଂଖ୍ୟା ୫୩ରୁ ୧୫୦କୁ ବୃଦ୍ଧି ପାଇଛି । ଯଦ୍ୱାରା ସେଠାରେ ଆତଙ୍କ ସୃଷ୍ଟି ହୋଇଛି ।

ଆମେରିକାର ରାଷ୍ଟ୍ରପତି କରେନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୋଭିଡ-୧୯ର ଚିକିତ୍ସାକୁ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଗ୍ରହ କରିଛନ୍ତି ।

ତେବେ ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାରକୁ ଟପିଛି । ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁଯାୟୀ, ସାରା ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୫୦୦ରେ ପହଞ୍ଚିଛି ।

Leave A Reply

Your email address will not be published.