ଭୁବନେଶ୍ୱର : ପ୍ରଦୀପ ମାଝୀ କଂଗ୍ରେସ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ । ପ୍ରଦୀପ ଦଳ ଛାଡିବା ପରେ ଦଳର କୌଣସି କ୍ଷତି ହେବ ନାହିଁ । କଂଗ୍ରେସ ଦଳ ତାଙ୍କୁ ଲୋକ ଙ୍କ ସେବା କରିବାର ସୁଯୋଗ ଦେଲା ନାହିଁ ବୋଲି ସେ ନିଜ ଇସ୍ତଫା ପତ୍ର ରେ ଯେଉଁ ଉଲ୍ଲେଖ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ପ୍ରଦୀପଙ୍କ ସହ ସବୁବେଳେ କଂଗ୍ରେସ ଦଳ ରହିଥିଲା ।
ବ୍ୟକ୍ତିଗତ ଭାବେ ଦୀର୍ଘ ବର୍ଷ ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା ତେଣୁ ମୁ ଦୁଃଖିତ । କିନ୍ତୁ ଦଳର କୌଣସି କ୍ଷତି ହେବ ନାହିଁ । ତାଙ୍କ ଇସ୍ତଫାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ପ୍ରଦୀପଙ୍କ ସମର୍ଥକ ଅଖିଳ ଭତରା, ଯୁବ କଂଗ୍ରେସ ସଭାପତି, ସଞ୍ଜୟ ନାୟକ ଜିଲ୍ଲା ସାଧାରଣ ସମ୍ପାଦକ, ପ୍ରଫୁଲ୍ଲ ପଣ୍ଡା ଛାତ୍ର ସଭାପତି ମଧ୍ୟ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ।
Comments are closed.